ପ୍ରଧାନମନ୍ତ୍ରୀ ସାରାଦେଶର ଦୃଶ୍ୟପଟ ପରିବର୍ତନ କରିଛନ୍ତି-ଧର୍ମେନ୍ଦ୍ର
ଭୁବନେଶ୍ୱର, ୨/୨(ସକାଳଖବର):ଆଜି ଶକ୍ତି ସଂରକ୍ଷଣ କରିବା ଦିଗରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ଅଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ବର୍ଷ ମଧ୍ୟରେ ସାରା ଦେଶର ଦୃଶ୍ୟପଟକୁ ପରିବର୍ତନ କରିଛନ୍ତି । ମୋଦିଙ୍କ
ଶାସନକାଳରେ ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ପୂର୍ବୋଦୟର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଠାରେ ଭାରତୀୟ ଆଲୁମିନିୟମ ସଂଘ ପକ୍ଷରୁ ଆୟୋଜିତ ୭ମ ଆଲୁମିନିୟମ ଅନ୍ତର୍ଜାତୀୟ ସମ୍ମିଳନୀ
୨୦୧୯ (ଇନକାଲ୍-୧୯)ର ଉଦଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷର ପ୍ରାଇମେରୀ ଆଲୁମିନିୟମ ଓ ଆଲୁମିନା ଉପôାଦନରେ ଓଡିଶାର ଯଥେଷ୍ଟ ଅବଦାନ ଅଛି । ଏହିଭଳି
ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ହେଲେ ଓଡିଶାକୁ ନିଶ୍ଚିତ ଭାବେ ଲାଭ ମିଳିବ । ବହୁ ଶିଳ୍ପପତି, ୨୩ଟି ଦେଶର ପ୍ରତିନିଧି
ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏମାନଙ୍କ ଉପସ୍ଥିତି ଆମ ରାଜ୍ୟର ଆଲୁମିନିୟମ ଶିଳ୍ପକୁ ବୃଦ୍ଧି କରିବାରେ
ସହାୟକ ହେବ । ନାଲକୋଠୁ କଂଚାମାଲ ନେଇ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କରିବା ବଡ ଉଦ୍ୟମ ଭାରତ ସରକାରଙ୍କ ମାଇନିଂ ବିଭାଗ ନାଲକୋ ନେତୃତ୍ୱରେ କରିଛି । ଏହା ଦୀର୍ଘ ମିଆଦି ପ୍ରଭାବ ଓଡିଶାରେ ପଡିବ ।
ଓଡିଶାର ରାଜସ୍ୱ, ରୋଜଗାର, ରପ୍ତାନୀକୁ ଏହା ଦ୍ୱାରା ବଢାଇବାରେ ସୁଯୋଗ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତ ସରକାରଙ୍କ ଉଦ୍ୟୋଗ ନାଲକୋ ନେତୃତ୍ୱରେ ଏଠାକାର ସ୍ଥାନୀୟ ସରକାରଙ୍କ ସହଯୋଗରେ ଅନୁଗୁଳର ନାଲକୋ ପାଖରେ ଗୋଟେ ଆଲୁମିନିୟମ ପାର୍କର କଳ୍ପନା ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡିଛି ଯେ ଆନୁଷଙ୍ଗିକ ଶିଳ୍ପ ପାଇଁ ସବୁ ପ୍ଲଟ ଗୁଡିକ ବୁକ ହୋଇସାରିଲାଣି । ଭୁବନେଶ୍ୱର ଏୟାରପୋର୍ଟରୁ ଜାତୀୟ ରାଜପଥ ବା ପୁରୁଣା ଜଗନ୍ନାଥ ସଡକ ପଥ ଦେଇ ସିଧା ସିଧା ଆଲୁମିନିୟମ ପାର୍କ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଉଛି । ଓଡିଶାରେ ଆଲୁମିନିୟମ ପାର୍କ ଶିଳ୍ପାୟନ ପାଇଁ ଗୋଟେ ବହୁତ ବଡ ପଦକ୍ଷେପ ହେବ । ଓଡିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି । ଓଡିଶାରେ ଦକ୍ଷ ଯୁବକ ଯୁବତୀ ମାନେ ରହିଛନ୍ତି । କାର୍ଯ୍ୟପାଇଁ ସେମାନେ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ରାଜ୍ୟରେ ସେମାନଙ୍କୁ କର୍ମସଂସ୍ଥାନର ସୁଯୋଗ ମିଳିପାରନ୍ତା ତାହାହେଲେ ରାଜ୍ୟର ଆର୍ଥିକ ବିକାଶ ହୋଇପାରନ୍ତା । ଏହି ଯୁବ ସମ୍ବଳର ସହାୟତାରେ ଅନ୍ୟ ରାଜ୍ୟ ଲାଭବାନ୍ ହେଉଥିବା ବେଳେ ଓଡିଶା ଏହାର ଲାଭ ଉଠାଇ ପାରୁନାହିଁ ।
ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଥମ ଥର ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍) ଗଠନ କରାଗଲା । ଜିଲ୍ଲାର ଆଦିବାସୀ, ପଛୁଆ ଅଂଚଳର ଲୋକଙ୍କ ପାଇଁ ବ୍ୟବସ୍ଥା ଖର୍ଚ ହେବାର ବ୍ୟବସ୍ଥା ଅଛି । ଓଡିଶାରେ ୫ ହଜାରରୁ ଅଧିକ କୋଟି ଟଙ୍କା ଆଦାୟ ବ୍ୟବସ୍ଥା ହୋଇଛି । ମାତ୍ର ଏଠାକାର ସରକାରଙ୍କ ଆଳସ୍ୟ ଓ ଅପାରଗତା କାରଣରୁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନି । କୋଇଲା ଉପôାଦନର ସମସ୍ୟା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣର ସହଯୋଗ ହେଲେ କୋଇଲା ଉପôାଦନରେ ସୁବିଧା ହେବ । କୋଇଲା ଉପôାଦନର ଅଭାବ କାରଣରୁ ବେଳେବେଳେ ନାଲକୋ ମଧ୍ୟ ଚିନ୍ତାରେ ପଡୁଛି । କୋଇଲା ଉପôାଦନ କମ୍ ହେଲେ କେବଳ ରାଜ୍ୟର ରାଜସ୍ୱ କମୁନାହିଁ, ଭାରତ ସରକାରଙ୍କ ରାଜସ୍ୱ କମିବା ସହ ବିଦ୍ୟୁତ ଉପôାଦନ ଏବଂ କଳକାରଖାନା ଚାଲିବାରେ ମଧ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି ।