କୃଷି ଭିତିଭୂମି ଓ କୃଷକର ରୋଜଗାର ବୃଦ୍ଧି ନିମନ୍ତେ ୨୦ଟି ନୂଆ ପ୍ରକଳ୍ପ ମଞ୍ଜୁର

Feb 2, 2019 - 18:27
 155
କୃଷି ଭିତିଭୂମି ଓ କୃଷକର ରୋଜଗାର ବୃଦ୍ଧି ନିମନ୍ତେ ୨୦ଟି ନୂଆ ପ୍ରକଳ୍ପ ମଞ୍ଜୁର
ଭୁବନେଶ୍ୱର,୨/୨(ସକାଳଖବର): କୃଷି ଭିତିଭୂମିର ବିକାଶ ସହ କୃଷକର ରୋଜଗାର ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଶନିବାର ୨୦ଟି ନୂଆ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରିୟ କୃଷି ବିକାଶ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ପାଇଁ ପ୍ରାୟ ୩୫୦ କୋଟି ଟଙ୍କାର ବ୍ୟୟ କରାଯାଇଛି । ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାାଙ୍ଗ କରି କୃଷକ ମାନଙ୍କୁ ସେବା ଯୋଗାଣ ନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସଂପୃକ୍ତ ବିଭାଗ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ ଯେ ଆଜିର ବୈଠକରେ ବିଭିନ୍ନ ବିଭାଗରୁ ମିଳିଥିବା ୨୮ଟି ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା । ତନ୍ମଧ୍ୟରୁ ୨୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ କୀଟ ନିରୀକ୍ଷଣ ବ୍ୟବସ୍ଥା, ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଣ, ବିପର୍ଯ୍ୟୟ ନିରୋଧି ଅଧିକ ଉପôାଦନକ୍ଷମ କୃଷି ବିହନ ଯୋଗାଣ, ଜୈବ ନିୟନ୍ତ୍ରଣ ପରୀକ୍ଷାଗାରର ଦୃଢ଼ିକରଣ, କୃଷି ବର୍ଜ୍ୟରୁ ଜୈବ ସାର ପ୍ରସ୍ତୁତି, କୀଟନାଶକର ଉପଯୁକ୍ତ ଓ ନିରାପଦ ଉପଯୋଗ, ଖରିଫ୍ ଋତୁରେ ଆଳୁ ଉପôାଦନ ଓ ପ୍ରକ୍ରିୟାକରଣ, କୃଷକ ମାନଙ୍କର ଦକ୍ଷତା ବିକାଶ, ମାଛ ଯାଆଁଳ ଉପôାଦନ, ଫିସ୍-ଫେଡ୍ ମାନୁଫାକ୍ଚରିଂ ପ୍ଲାଂଟ୍ ପ୍ରତିଷ୍ଠା ଏବଂ ଆଦିମ ଅଧିବାସୀମାନଙ୍କ ପାଇଁ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ନୂତନ ସୃଷ୍ଟି ଅ ।ଦି ପ୍ରକଳ୍ପ ରହିଛି । ସୂଚନାଯୋଗ୍ୟ, ଏହିସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦% ଏବଂ ୪୦% ଭାଗ ଅନୁପାତରେ ପାଣ୍ଠି ଯୋଗାଇବେ । ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଗୁଡିକରେ ପ୍ରାୟ ୧୨୦ କୋଟି ଟଙ୍କା ବିନିଯୋଗ ହେବ ।