ଓଡିଶାରେ ଅଟୋମୋବାଇଲ ଶିଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

Sep 6, 2018 - 20:01
 192
ଓଡିଶାରେ ଅଟୋମୋବାଇଲ ଶିଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
ଭୁବନେଶ୍ୱର,୫ା୯(ସକାଳଖବର):ଅଟୋମୋବାଇଲ ନିର୍ମାତାଙ୍କର ୫୮ ତମ ସର୍ବଭାରତୀୟ ସ୧ିଳନୀରେ ଯୋଗଦେଇ ପୂର୍ବଭାରତ ବିଶେଷ ଭାବରେ ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟରେ ଅଟୋମୋବାଇଲ ବିନିର୍ମାଣ ଶିଳ୍ପ ତଥା ଏହି କ୍ଷେତ୍ରରେ ଅନୁସନ୍ଧାନ ଓ ବିକାଶ ପାଇଁ ପ୍ରକଳ୍ପ କରିବା ଲାଗି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲୀ ଠାରେ ଏହି ସ୧ିଳନୀରେ ଯୋଗଦେଇ କହିଛନ୍ତି ଦେଶରେ ଅଟୋମୋବାଇଲ ଶିଳ୍ପ ନିଯୁକ୍ତି ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ଗିରୁତ୍ୱପୂର୍ଣô ଭୂମିକା ନେଇଛି । ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କୁ ପ୍ରଂଶସା କରି ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଅଟୋମୋବାଇଲ ଶିଳ୍ପ ଭାରତର ଜିଡିପି ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ସହ ବିଶ୍ୱର ଦ୍ରୁତଭାବେ ବଢୁଥିବା ଅର୍ଥନୀତି ଭାବେ ଆମ ଦେଶକୁ ପରିଚୟ ଦେଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଭାରତ ପାଇଁ ଗୁରୁତ୍ୱ, ପୂର୍ବଭାରତର ରାଜ୍ୟ ସମୂହର ବିକାଶରେ ବୈପ୍ଳବିକ ପରିବର୍ତନ ଆସିଛି । ଗତ ୪ ବର୍ଷରେ ପୂର୍କଭାରତ ରାଜ୍ୟ ଗୁଡିକରେ ଭିତିଭୂମି, ଲଜିଷ୍ଟିକ ଓ ଦକ୍ଷତା ସମ୍ପନ୍ନ ମାନବସଙ୍କଳରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଶ୍ରୀ ପ୍ରଧାନ କହିଛନ୍ତି ଅଟୋ ମୋବାଇଲ ଶିଳ୍ପରେ ସ୍କିଲ ଇକୋ ସିଷ୍ଟମକୁ ମଜଭୂତ କରିବା ପାଇଁ ମେକାନିକ ଓ ଡ୍ରାଇଭର ମାନଙ୍କର ଦକ୍ଷତା ବୃଦ୍ଧିକରି ଉପôାଦନରେ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗର ସଂମ୍ପ୍ରସାରଣ କରିବା ପାଇଁ ଅଟୋମୋବାଇଲ ଶିଳ୍ପଦ୍ୟୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।