ଧର୍ମେନ୍ଦ୍ର ଙ୍କ ଉପସ୍ଥିତିରେ ଆଇଏସପିଆରଏଲ ଓ ଏଡିଏନଓସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Nov 12, 2018 - 16:25
 168
ଧର୍ମେନ୍ଦ୍ର ଙ୍କ ଉପସ୍ଥିତିରେ ଆଇଏସପିଆରଏଲ ଓ ଏଡିଏନଓସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୧୨/୧୧ (ସକାଳଖବର):କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଦିନ ୟୁଏଇର ଆବୁଧାବୀ ଠାରେ ଇଣ୍ଡିଆନ ଷ୍ଟ୍ରାଟେଡିକ ରିଜର୍ଭସ, ଲିମିଟେଡ (ଆଇଏସପିଆରଏଲ) ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ କର୍ଣାଟକର ପାଡୁର ଠାରେ ସ୍ଥିତ ଆଇଏସପିଆରଏଲର ଅଣ୍ଡର ଗ୍ରାଉଣ୍ଡ ତୈଳ ଷ୍ଟୋରେଜ ଫ୍ୟାସିଲିଟିରେ ଏଡିଏନଓସିର ଅଶୋଧିତ ତୈଳ ଷ୍ଟୋର କରିବା ପାଇଁ ସମ୍ଭାବନାର ଜାଂଚ କରିବେ । ଏହି ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ୟୁଏଇର ମବୀ ସୁଲତାନ ଅହମଦ ଅଲଜବାର ମଧ୍ୟ ଉପସ୍ଥିତ ଥିଲେ । ଏହି ବୁଝାମଣା ପତ୍ର ଅନୁସାରେ ଏଡିଏନଓସି ପାଡୁର ଠାରେ ଅଶୋଧିତ ତୈଳ ଷ୍ଟୋର କରିବାକୁ ଯାଉଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ଆଇଏସପିଆରଏଲ, ଏଡିଏନଓସି ସହ ମିଶି ପାଡୁର ଠାରେ ଏଡିଏନଓସିର ଅଶୋଧିତ ତୈଳ ସମ୍ଭାବିତ ଷ୍ଟୋରେଜ ପାଇଁ ସମ୍ଭାବନା ବିଷୟରେ ଜାଂଚ କରିବୋ ଏହା ଫଳରେ ଦେଶରେ ଦେଶର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭକୁ ଶକ୍ତିଶାଳୀ କରିବା ଦିଗରେ ସହାୟତା ମିଳିବ । ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ହେଉଥିବା ସହଯୋଗ ବୃଦ୍ଧିକୁ ପ୍ରତିଫଳିତ କରୁଛି । ସେହିପରି ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ରଣନୀତିକ ଶକ୍ତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ଓ ସଂପ୍ରସାରଣ ପାଇଁ ଆଧାରଶୀଳା ପ୍ରଦାନ କରିବ । ଏଡିଏନଓସି ପକ୍ଷରୁ କମ୍ପାନୀର ବିପଣନ ଓ ସେଲ୍ସ ନିର୍ଦେଶକ ଅବଦୁଲ୍ଲା ସଲେମ ଅଲ ଧାହେରୀ ଓ ଆଇଏସପିଆରଏଲ ପକ୍ଷରୁ ଏହାର ସିଇଓ ଓ ଏମଡି ଏଚପିଏସ ଆହୁଜା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।