ପ୍ରଚାରକୁ ଓହ୍ଲାଇବେନି ମୁକ୍ତିକାନ୍ତ

Mar 29, 2019 - 05:58
 152
ରାଉରକେଲା, ୨୮/୩(ସକାଳଖବର): ରାଉରକେଲା ଲାଗି କଂଗ୍ରେସ ଟିକେଟ ପାଇ ଫେରାଇ ଦେଇଥିବା ବହୁଚର୍ଚ୍ଚିତ ନାମ ମୁକ୍ତିକାନ୍ତ ବିଶ୍ୱାଳ ଦଳ ଲାଗି ପ୍ରଚାରରେ ଯିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି । ତାଙ୍କୁ ରାଉରକେଲାରେ ନିର୍ବାଚନ ଲଢିବା ଲାଗି ନିରଞ୍ଜନ ପଟ୍ଟନାୟକ ଯୋଗ୍ୟ ଭାବି ଥିବାରୁ ସେ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇ କହିଛନ୍ତି ଯେ, ଖାଲି କଂଗ୍ରେସ ନୁହେଁ କୌଣସି ଦଳ ଲାଗି ତାଙ୍କର ପ୍ରଚାର କରିବାର ନାହିଁ । ସେ ଜଣେ ଗରିବ ଓ ସାଧାରଣ ପରିବାରର ପିଲା, ଖଟିଲେ ଖାଇବେ, ଲକ୍ଷ୍ୟ ତାଙ୍କର ରାଉରକେଲାର ଉନ୍ନତି ଲାଗି କାମ କରିବା । ଏହି କ୍ରମରେ ସେ ଆନେ୍ଦାଳନ କରୁଥିବା ବେଳେ ନିରଞ୍ଜନ ବାବୁଙ୍କ ସହ ତାଙ୍କର ସଂପର୍କ ବଢିଥିଲା ବୋଲି ସେ କହିଛନ୍ତି । ତା ଛଡା ନିର୍ବାଚନ ପୂର୍ବରୁ ରାଉରକେଲାରେ ଆଉ ଏକ ଆନେ୍ଦାଳନ ଲାଗି ସେ ଯୋଜନା କରୁଛନ୍ତି । ତା’ର ଘୋଷଣା ଖୁବ ଶିଘ୍ର କରିବା ସହ ନିର୍ବାଚନ ପରେ ଏହାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।