ପ୍ରକୃତି ବିରୋଧୀ ରାୟ

Sep 7, 2018 - 20:03
 288
ପ୍ରକୃତି ବିରୋଧୀ ରାୟ
କଟକ,୨ା୯(ସୌଭାଗ୍ୟ ସୁନ୍ଦରରାୟ): ସମଲିଙ୍ଗୀ ଯୌନ ସଂପର୍କ ବା ଅପ୍ରାକୃତିକ ସହବାସକୁ ଭାରତର ସର୍ବୋଚ୍ଚ ଅଦାଲତ ସ୍ୱୀକୃତି ପ୍ରଦାନ କରିଛନ୍ତି । ରାୟକୁ ଏକାଧିକ ମହଲରୁ ସ୍ୱାଗତ କରାଯାଇଛି । ତେବେ ଏହି ରାୟ ଦ୍ୱାରା ଉପôନ୍ନ ଆଗାମୀ ସମସ୍ୟାର ସମାଧାନ ପାଇର୍ ଏବେ ଅଦାଲତ ପ୍ରସ୍ତୁତ ରହିବା ରହିବା ଆବଶ୍ୟକ । ସମ୍ବିଧାନ ଓ ଅଧିକାର ପ୍ରସଙ୍ଗକୁ ଅଗ୍ରାଧିକାର ପ୍ରଦାନ କରି ଅଦାଲତ ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । କିନ୍ତୁ ଏଠି ଆର୍ଯ୍ୟାବର୍ତ୍ତର ଧର୍ମ, ଦର୍ଶନ ଆଦିକୁ ବୋଧହୁଏ ବିଚାରକୁ ନିଆଯାଇ ନାହିଁ । ସହବାସ ଅଥବା ରତିକ୍ରୀଡ଼ା ପାଇଁ ‘ ବ୍ରହ୍ମାଙ୍କର ନିଜ ପିଣ୍ଡ, ତପେ ହୋଇଲା ବେନି ଖଣ୍ଡ । ସେ ବେନିଖଣ୍ଡ ବ୍ରହ୍ମା ଦେଲେ, ନାରୀ ପୁରୁଷ ବେନି ହେଲେ’ ତତ୍ତ୍ୱକୁ ବିଚାରକୁ ନିଆନଯିବା ପରି ମନେହେଉଛି । ରତି ସମ୍ଭୋଗ ପାଇଁ ପୁରୁଷ ସହ ନାରୀର ଆବଶ୍ୟକତା ରହିଛି, ଯେଉଁଥିରୁ ସଂସାର ବିସ୍ତାର ହୋଇଥାଏ । ତେବେ ସମଲିଙ୍ଗି ଯୌନ ସଂପର୍କ ଦ୍ୱାରା କେଉଁ ସଂସାରର ବିସ୍ତାର ଘଟିବ ତାହା ଦେଖିବାର କଥା । ଅଦାଲତଙ୍କ ରାୟ ଦ୍ୱାରା ପରବର୍ତ୍ତୀ ସମୟରେ ବିବାହ, ଛାଡ଼ପତ୍ର, ସନ୍ତାନ ସୃଷ୍ଟି, ଉତ୍ତରାଧିକାରୀ, ଛାଡ଼ପତ୍ରଜନିତ ଭରଣପୋଷଣ ଆଦି ଅନେକ ନୂତନ ପ୍ରସଙ୍ଗ ଆଗକୁ ଆସିବ । ଏହି ନୂତନ ପ୍ରସଙ୍ଗର ସମାଧାନ ପାଇଁ ଆମକୁ ଆଇନ ପ୍ରଣୟନ କରିବାକୁ ପଡ଼ିବ । ସେ ସମୟରେ ଏହା ପ୍ରଗତିଶୀଳ ଆଇନ ଭାବେ ବିବେଚନା ହେବ । କିନ୍ତୁ ସେପର୍ଯ୍ୟନ୍ତ ଏକକ ସିଭିଲ କୋଡ଼ ସମସ୍ୟାର ସମାଧାନ ହୋଇପାରିନଥିବ । ଯଜ୍ଞପୁରୁଷଙ୍କ ମୋହିନୀ ରୂପ ବା ପଞ୍ଚସଖାଙ୍କ ସଖୀ ଭାବନା ସବୁଥିରେ ରହିଆସିଛି ବିସମଲିଙ୍ଗୀର ଆକର୍ଷଣ । ତାହାଲେ ସମଲିଙ୍ଗ ଯୌନ ଉଦ୍ଧାମତାର ଉପôତି କେଉଁଠୁ ? ଏହା ପ୍ରକୃତିର ଉଦ୍ଧ୍ୱର୍ରେ । ଏହା ଅଚ୍ୟୁତ ଗୋସାଇଁଙ୍କ କଳିର ଏକ ଝଲକ ମାତ୍ର ।