ପି.ଏମ.କାନୁନଗୋ (ପୂର୍ବତନ ଅଧ୍ୟକ୍ଷ କଣ୍ଟାପଡ଼ା ବ୍ଲକ)

Apr 22, 2018 - 11:29
 542
ପି.ଏମ.କାନୁନଗୋ (ପୂର୍ବତନ ଅଧ୍ୟକ୍ଷ କଣ୍ଟାପଡ଼ା ବ୍ଲକ) ପ୍ରଶ୍ନ: ରାଜ୍ୟ କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତିରେ ଆପଣଙ୍କ ପ୍ରତିକ୍ରିୟା କଣ ? ଉତ୍ତର: ଏହା କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ପ୍ରଶ୍ନ: ଏହାଦ୍ୱାରା ବିଜେଡ଼ି କ୍ଷତିଗ୍ରସ୍ତ ହେବ କି ? ଉତ୍ତର: ନାଁ । ବିଜେଡ଼ି ମୂଳରୁ ଦୃଢ଼ ରହିଛି । ତୃଣମୂଳ ସ୍ତରରେ ଏହାର କର୍ମୀ ରହିଛନ୍ତି । ସରକାର ମଧ୍ୟ ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେଣୁ ବିଜେଡ଼ି କ୍ଷତିଗ୍ରସ୍ତ ହେବାର ପ୍ରଶ୍ନ ନାହିଁ । ପ୍ରଶ୍ନ: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବା ପରେ ଆପଣ ବିଜେଡ଼ି ଦଳର କାର୍ଯ୍ୟକ୍ରମ ପ୍ରତି ସକ୍ରିୟ ରହିଛନ୍ତି କି ? ଉତ୍ତର: ହଁ । ଦଳର ଜନକଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ଉଦ୍ୟମ ଜାରି ରହିଛି । ପ୍ରଶ: ଆଗାମୀ ନିର୍ବାଚନରେ ବିଜେଡ଼ି କ୍ଷମତାକୁ ଫେରିବ ବୋଲି ଆପଣ ଭାବୁଛନ୍ତି କି ? ଉତ୍ତର: ବିଜେଡ଼ିର କ୍ଷମତା ଫେରିବାକୁ କେହି ଅଟକାଇ ପାରିବେ ନାହିଁ । ଗରିବ ଓ ଦଳିତଙ୍କ ନିକଟରେ ରହିଥିବା ସରକାର ଓ ଦଳକୁ କଣ ପାଇଁ କେହି ପ୍ରତ୍ୟାଖାନ କରିବେ ?