ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମିଳିଲା ଜାମିନ

Jul 20, 2018 - 17:06
 117
ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମିଳିଲା ଜାମିନ
କଟକ,୨୦ା୭(ସକାଳଖବର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ କୋର୍ଟଙ୍କ ଆଦେଶକ୍ରମେ ହାଜର ହେବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ପାଇଁ ଆଦେଶନାମାରେ ସ୍ପଷ୍ଟ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ସୁରେନ୍ଦ୍ର ବେହେରା ଓରଫ ବୁବୁକୁ ୨୦୧୭, ଜୁଲାଇ ମାସରେ ହତ୍ୟା କରାଯାଇଥିଲା । ତେବେ ଏହି ସମୟରେ ଆବେଦନକାରୀ ଜେଲରେ ଥିଲେ । ୨୦୧୬, ମାର୍ଚ୍ଚ ମାସରୁ ସେ ଜେଲରେ ଥିବାବେଳେ ଏହି ହତ୍ୟା ମାମଲାରେ ଆବେଦନକାରୀ ରମେଶଙ୍କ ବିରୋଧରେ ବ୍ରହ୍ମପୁର ବଡ଼ ବଜାର ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ହତ୍ୟାକାଣ୍ଡ ଘଟିବା ସମୟରେ ଆବେଦନକାରୀ ଘଟଣାସ୍ଥଳରେ ଉପସ୍ଥିତ ନଥିବାବେଳେ କେବଳ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ରହିଥିଲା ।