ରତ୍ନଭଣ୍ଡାର କମିଶନଙ୍କ ନିମନ୍ତେ ସ୍ୱତନ୍ତ୍ର ଓକିଲ ନିଯୁକ୍ତି ପାଇଁ ନିଦେ୍ର୍ଧଶ

Jul 20, 2018 - 17:19
 184
ରତ୍ନଭଣ୍ଡାର କମିଶନଙ୍କ ନିମନ୍ତେ ସ୍ୱତନ୍ତ୍ର ଓକିଲ ନିଯୁକ୍ତି ପାଇଁ ନିଦେ୍ର୍ଧଶ
କଟକ,୨୦ା୭(ସକାଳଖବର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ପାଇଁ ନିଯୁକ୍ତ କମିସନ ଜଷ୍ଟିସ ରଘୁବୀର ଦାଶ କାର୍ଯ୍ୟ ଆରମ୍ଭ କରିଥିବାବେଳେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବା ପାଇଁ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଡ଼ଭୋକେଟ ଜେନେରାଲ(ଏଜି)ଙ୍କୁ ଏକ ଚିଠି ଲେଖାଯାଇଛି । ତେବେ ଜଣେ କାର୍ଯ୍ୟଦକ୍ଷ ଓକିଲଙ୍କୁ ମନୋନୀତ କରି ତୁରନ୍ତ ନିଯୁକ୍ତି ଦେବା ପାଇଁ ଏହି ଚିଠିରେ ଏଜିଙ୍କୁ ଅନୁରୋଧ କରାଯାଇଛି । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ କାର୍ଯ୍ୟରତ ଥିବା ଆଇନ ଅଧିକାରୀ ଦାମୋଦର ପଣ୍ଡାକୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିବା କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।