ପିସିସି ସଭାପତିକୁ ନେଇ ଏମିତି କହିଲେ ଏ.ଚେଲ୍ଲାକୁମାର

Apr 26, 2022 - 05:43
 58
ପିସିସି ସଭାପତିକୁ ନେଇ ଏମିତି କହିଲେ ଏ.ଚେଲ୍ଲାକୁମାର
ଭୁବନେଶ୍ୱର : ଓଡ଼ିଶା ଦାୟିତ୍ୱରେ ଥିବା ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଚେଲ୍ଲା କୁମାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ । ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବା ସହ ହାଇକମାଣ୍ଡକୁ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଚେଲ୍ଲାକୁମାର । ଆହୁରି ମଧ୍ୟ କହିଛନ୍ତି, ୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ବି ଏଯାବତ୍ ଗ୍ରହଣ କରାଯାଇନାହିଁ । ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ । ସେଠାରୁ ଫେରିବା ପରେ ସେ ତାଙ୍କ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିବେ । ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ନିଜେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ମତ ରଖିଥିଲେ । ପ୍ରତି ଦୁଇତିନି ବର୍ଷରେ କଂଗ୍ରେସରେ ପିସିସି ନେତୃତ୍ୱ ପରିବର୍ତ୍ତନ ହୋଇଥାଏ ବୋଲି ସେ କହିଥିଲେ । ଏଆଇସିସି ଯେତେ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଦଳ ପାଇଁ ସେତେ ଭଲ ହେବ । ପିସିସି ସଭାପତି ଦାୟିତ୍ୱ କାହାକୁ ଦିଆଯିବ ସେ, ନିଷ୍ପତ୍ତି ଏଆଇସିସି ନେବ । ଯେତେଶୀଘ୍ର ନିଷ୍ପତ୍ତି ହେବ, ତାହା ରାଜ୍ୟରେ ଦଳ ପାଇଁ ଭଲ ବୋଲି ନିରଞ୍ଜନ ପ୍ରତିକ୍ରିୟା ରଖିଥିଲେ ।