ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ

May 4, 2023 - 10:39
 28
ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ
ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅମରଜିତ ସାହୁ ଓ ମନୋଜ ସାମସୀ। ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ(୩୦) ଓ ମନୋଜ ସାମସୀ(୩୫) ପଡ଼ୋଶୀ ଚବିଲାଲ ହେମ୍ରମ(୨୮)ଙ୍କୁ ହତ୍ୟା କରିବା ପରେ ତାଙ୍କର ମୃତଦେହକୁ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ କରି ଅମରଜିତ ସାହୁ ଓ ମନୋଜ ସାମସୀଙ୍କୁ ଗିରଫ କରିଛି। ଉଭୟଙ୍କଠାରୁ ହତ୍ୟାରେ ବ୍ୟବହୃତ ଦୁଇଟି ଠେଙ୍ଗା ଓ ଏକ ଛୁରି ଜବତ କରିଛି।