ପ୍ରତୀକ ଚୌଧୁରୀଙ୍କ ସହ ଜାମସେଦ୍ପୁର ଫୁଟବଲ କ୍ଲବର ଚୁକ୍ତିନାମା

Apr 22, 2018 - 09:12
 141
ପ୍ରତୀକ ଚୌଧୁରୀଙ୍କ ସହ ଜାମସେଦ୍ପୁର ଫୁଟବଲ କ୍ଲବର ଚୁକ୍ତିନାମା
ଜାମସେଦ୍ପୁର,୧୮/୪: ଜାମସେଦପୁର ଫୁଟବଲ କ୍ଲବ ୧ ବର୍ଷ ପାଇଁ ଭାରତୀୟ ଫୁଟବଲ ଡ଼ିଫେଣ୍ଡର ପ୍ରତୀକ ଚୌଧୁରୀଙ୍କ ସହ ଚୁକ୍ତିନାମା କରିଛନ୍ତି । ଏହି ଚୁକ୍ତିନାମା କରି କ୍ଲବ ଆନନ୍ଦିତ । ମୁମ୍ବାଇର ୨୮ ବର୍ଷୀୟ ପ୍ରତୀକ ହେଉଛନ୍ତି ଜଣେ ପେଶାଦାର ଫୁଟବଲ ଖେଳାଳୀ । ସେ ଏୟାର ଇଣ୍ଡିଆ, ରଙ୍ଗଡ଼ାଜିଏଡ଼ ୟୁନାଇଟେଡ଼, ମୋହନବାଗାନ, ମୁମ୍ବାଇ ଫୁଟବଲ କ୍ଲବ ପାଇଁ ଆଇ-ଲିଗ୍ରେ ଖେଳିଛନ୍ତି ଏବଂ ଇଣ୍ଡିଆନ ସୁପର ଲିଗରେ କେରଳ ବ୍ଲାଷ୍ଟର ଓ ଦିଲ୍ଲୀ ଡ଼ାଇନାମୋର ପ୍ରତିନିଧିତ୍ୱ କରିଛନ୍ତି । ନିକଟରେ ଶେଷ ହୋଇଥିବା ଆଇଏସଏଲ ୨୦୧୭-୧୮ ଖେଳରେ ସେ ଦିଲ୍ଲୀ ଡ଼ାଇନାମୋ ପାଇଁ ୯ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ଜାମସେଦପୁର ଫୁଟବଲ କ୍ଲବ ତାଙ୍କୁ ନିଜ କ୍ଳବରେ ସାମିଲ କରିଥିବାରୁ ସେ ଆନନ୍ଦିତ ବୋଲି ଚୁକ୍ତି ସ୍ୱାକ୍ଷର ଅବସରରେ କହିଛନ୍ତି ପ୍ରତୀକ । ଏଥିପାଇଁ କ୍ଲବ ପକ୍ଷରୁ ଯେତେବେଳେ ପ୍ରସ୍ତାବ ଆସିଲା ସେ ଏହାର ମନା କରିପାରିଲେ ନାହିଁ । ପୂର୍ବରୁ ଷ୍ଟିଭ ଓ ୱାଲିଙ୍କ ଅଧିନରେ କାର୍ଯ୍ୟ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଜାମସେଦପୁର ଫୁଟବଲ କ୍ଲବର ସିଇଓ ମୁକୁଲ ଚୌଧୁରୀ କହିଛନ୍ତି ଯେ, ଗତ କିଛିଦିନ ହେଲା ଆମେ ପ୍ରତୀକଙ୍କୁ ଖୋଜୁଥିଲୁ ଏବଂ ଏବେ ସେ ଆମ ଦଳ ପାଇଁ ଆଗାମୀ ଦିନର ମ୍ୟାଚଗୁଡ଼ିକ ପାଇଁ ଅଂଶବିଶେଷ ହେବେ । ଆତ୍ମରକ୍ଷା ମୂଳଳ ବ୍ୟବସ୍ଥାରେ ସେ ପଡ଼ିଆରେ ବିଭିନ୍ନ ଦାୟିତ୍ୱ ତୁଲାଇପାରିବେ ଏବଂ ତାଙ୍କୁ କ୍ଲବ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି ।