ଓକିଲଙ୍କ କାର୍ଯ୍ୟ ବନ୍ଦ ଆନେ୍ଦାଳନ ତେଜିଲା

Sep 5, 2018 - 16:26
 182
ଓକିଲଙ୍କ କାର୍ଯ୍ୟ ବନ୍ଦ ଆନେ୍ଦାଳନ ତେଜିଲା
କଟକ,୫ା୯(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଆନେ୍ଦାଳନ ତେଜିବାରେ ଲାଗିଛି । ତେବେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ, ଡିଜିପି, ଗୃହ ବିଭାଗ ସଚିବ, ପୁଲିସ କମିସନରଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ଆନେ୍ଦାଳନକୁ ଆହୁରି ବ୍ୟାପକ କରିବା ପାଇଁ ବୁଧବାର ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବ୍ୟାପୀ ଥିବା ୧୬୦ ବାର ଆସୋସିଏସନ କର୍ମକର୍ତ୍ତାଙ୍କୁ ଶନିବାର ଏକତ୍ର ହେବା ପାଇଁ ଆଜି ନିବେଦନପତ୍ର ପ୍ରେରଣ କରାଯାଇଛି । ତେବେ ଆସନ୍ତା ଶନିବାର ଦିନ ଓଡ଼ିଶାର ସମସ୍ତ ବାର କର୍ମକର୍ତ୍ତାଙ୍କୁ ନେଇ ହାଇକୋର୍ଟ ବାର ଆସୋସିଏସନ ପରିସରରେ ଦିନ ୧୦ଟା ସମୟରେ ଏକ ବୈଠକ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ପରେ ଆନେ୍ଦାଳନକୁ ଆହୁରି ଜୋରଦାର କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ଗତ ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ