ପାରାଦ୍ୱୀପରେ ପୋଲିସ-ଆନେ୍ଦାଳନକାରୀ ମୁହାଁମୁହିଁ

Feb 4, 2019 - 18:14
 168
ପାରାଦ୍ୱୀପରେ ପୋଲିସ-ଆନେ୍ଦାଳନକାରୀ ମୁହାଁମୁହିଁ
ପାରାଦ୍ୱୀପ, ୪/୨(ସକାଳଖବର): ପାରାଦ୍ୱୀପ ତୈଳ ବିଶୋଧନାଗାର ସମ୍ମୁଖରେ ଧାରଣା ଦେଇଥିବା ଜମିହରା ଏକତା ମଂଚର ସଦସ୍ୟଙ୍କୁ ପୁଲିସ ଉଠାଇ ନେବାକୁ ନେଇ ଉତେଜନା ପ୍ରକାଶ ପାଇଛି । ଫଳରେ ଆନେ୍ଦାଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ଭଳି ସ୍ଥିତି ଉପୁଜିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବିଭିନ୍ନ ଦାବି ନେଇ ଆଜକୁ ୪ ଦିନ ହେଲା ଜମିହରା ଏକତା ମଂଚ ବିଶୋଧନାଗାର ଆଗରେ ଧାରଣା ଦେଇ ଆସୁଥିଲା । ଆସନ୍ତା ୬ ତାରିଖ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରାଦ୍ୱୀପ ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୋଲିସ ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇ ଲକ୍ ଥାନା ଅଂଚଳରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳରେ ଅଟକ ରଖିଥିଲା । ଏହାର ପ୍ରତିବାଦରେ ପ୍ରାୟ ହଜାରେରୁ ଉଦ୍ଧ୍ୱର୍ ଆନେ୍ଦାଳନକାରୀ ବିଶୋଧନାଗାର ଆଡକୁ ମାଡି ଆସିଥିଲେ । କୌଣସି ପ୍ରକାର ହିଂସାତ୍ମକ ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତା ଧସ୍ତି, ଠେଲା ପେଲା ହୋଇଥିଲା । ଆନେ୍ଦାଳନରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ସାମିଲ୍ ଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଥିଲା ।