ଟ୍ରେନ୍ ଧକ୍କାରେ ୩ ହରିଣଙ୍କ ମୃତୁ୍ୟ

Feb 4, 2019 - 18:19
 104
ଜଗତସିଂହପୁର, ୪/୨()ସକାଳଖବର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପୋଲିଆ ନିକଟରେ ଟ୍ରେନ୍ ଧକ୍କାରେ ତିନୋଟି ହରିଣଙ୍କ ମୃତୁ୍ୟ ଘଟିଛି । ରବିବାର ରାତିରେ ଏକ ହରିଣ ପଲ ଏଠାରେ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଏମାନଙ୍କର ମୃତୁ୍ୟ ଘଟିଥିଲା । ହରିଣ ମାନେ ମୁଗ ଫସଲ ଖାଇବା ପାଇଁ ରେଳ ଲାଇନ୍ ଅତିକ୍ରମ କରି କ୍ଷେତକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଥିଲେ । ହରିଣଙ୍କ ମୃତଦେହ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଛି । ଘଟଣା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁରୂପ ଘଟଣା କ୍ରମେ ଦୁଇ ଦିନ ତଳେ ଟ୍ରେନ୍ ଧକ୍କାରେ ଢେ଼ଙ୍କାନାଳ ଜିଲ୍ଲାରେ ଏକ ହାତୀର ମୃତୁ୍ୟ ଘଟିଥିଲା । ଜଙ୍ଗଲରେ ଖାଦ୍ୟାଭାବ ଓ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଜଟିଳ ସ୍ଥିତି ଧାରଣ କରୁଥିବାରୁ ବନ୍ୟଯନ୍ତୁ ମାନେ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଚାଲି ଆସି ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।