ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

Feb 7, 2023 - 06:47
 42
ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ
ଚନ୍ଦ୍ରଶେଖରପୁର : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହରିଛନ୍ତି ପିଣ୍ଟୁ। ତାଙ୍କୁ ଦିଲ୍ଲୀର ଆଇଏଲବିଏସ୍‌ ହସ୍ପିଟାଲକୁ ନିଆଯାଇ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଚିକିତ୍ସା ପାଇଁ ପ୍ରାୟ ୫୦କ୍ଷଟଙ୍କା ଆବଶ୍ୟକ ଥିବାରୁ ସେ ସହାୟତା ଲୋଡିଛନ୍ତି । ତାଙ୍କର ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି । ଯକୃତ ପ୍ରତିରୋପଣ ପରେ ତାଙ୍କୁ ପ୍ରାୟ ୩ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ । ଇତିମଧ୍ୟରେ ପିଣ୍ଟୁଙ୍କ ପାଇଁ ଅନେକ ଦିଗରୁ ଅର୍ଥ ସହାୟତା ମିଳିବାରେ ଲାଗିଛି । ସେହିଭଳି କିମ୍ସ ପକ୍ଷରୁ ସବୁ ସୁବିଧା ପ୍ରଦାନ କରାଯିବା ସହିତ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଦୁଇ ଲକ୍ଷ ଟଙ୍କା ସହୟତା ଦେଇଛନ୍ତି ଏବଂ ତାଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆର୍ଥିକ ସହଯୋଗ ମିଳୁଥିବାରୁ ପିଣ୍ଟୁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ମଙ୍ଗଳପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ।