ନୂଆକ୍ଷେତା ଗାଁରେ ବୁଲୁଛି ବାଘ - ଗାଁ ଲୋକ ଛାନିଆଁ

Aug 3, 2018 - 14:05
 209
ନୂଆକ୍ଷେତା ଗାଁରେ ବୁଲୁଛି ବାଘ - ଗାଁ ଲୋକ ଛାନିଆଁ
ଅନୁଗୋଳ,୩/୭ (ସକାଳଖବର):ସାତକୋଶିଆ ଅଭୟାରଣ୍ୟରେ କିଛି ମାସ ତଳେ ବନ ବିଭାଗ ପକ୍ଷରୁ ଦୁଇଟି ବାଘ ଛଡ଼ାଯାଇଛି । ଏହି ବାଘ ଛାଡ଼ିବାକୁ ନେଇ ବନ ବିଭାଗ ଓ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ମଧ୍ୟରେ ଚାଲିଥିଲଶ ଆରୋପ ପ୍ରତ୍ୟାରୋପ । ବନ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବାଘ କିଛି କ୍ଷତି କରିବା ନାହିଁ । କିନ୍ତୁ ଯଦିଓ ବାଘ କିଛି କ୍ଷତିକରିବା ନାହିଁ ହେଲେ ଗାଁରେ ବୁଲୁଥିବା ନେଇ ଲୋକମାନେ ଏକ ପ୍ରକାର ଛାନିଆଁ ହୋଇ ପଡ଼ିଛନ୍ତି । ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୂଆକ୍ଷେତା ଗାଁରେ ଏବେ ବୁଲୁଛି ମହାବଳ । ମହାବଳ ବାଘର ପାଦ ଚିହ୍ନ ଦେଖି ଗାଁ ଲୋକ ଛାନିଆଁ ହୋଇ ପଡ଼ିଛନ୍ତି । ଏ ଖବର ପାଇ ବନ ବିଭାଗର ୪ଟି ଟିମ୍ ପହଞ୍ଚô ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଏବଂ ଗାଁ ଲୋକଙ୍କୁ ଛାନିଆଁ ନ ହେବା ପାଇଁ ପରାମର୍ଶ ଦେଇଥିବା ସୂଚନାରୁ ଜଣାଯାଇଛି ।