ମହାରାଜା ସୋମନାଥ ସିଂହ ଜଗଦେ୍ଧବଙ୍କ ଜୟନ୍ତୀ

Aug 12, 2018 - 18:12
 146
ଅନୁଗୋଳ,୧୨/୮ (ସକାଳକବର): ଅନୁଗୋଳ ଜିଲର ଶେଷ ସ୍ୱାଧୀନ ମହାରାଜା ସ୍ୱାଧିନତା ସଂଗ୍ରାମୀ ଓ ଦେଶଭକ୍ତ ସହିତ ମହାରାଜା ସୋମନାଥ ସିଂହ ଜଗଦେ୍ଧବଙ୍କ ୨୧୮ତମ ଜୟନ୍ତୀ ଉସôବକୁ ମହାରାଜା ସିଂହ ଜଗଦେ୍ଧବ ସ୍ମୃତି କମିଟି ଓ ଅନୁଗୋଳ ପୌରପାଳିକାରଙ୍କ ମିଳିତ ସହଯୋଗରେ ମହାସମାରୋହରେ ପାଳନ ହୋଇଛି । ସକାଳ ୯.୩୦ମିରେ ପୌରପାଳିକା କାର୍ଯ୍ୟାଳୟ ଓ ବସଷ୍ଟାଣ୍ଡ ନିକଟ ରାଜା ଛକଠାରେ ମହାରାଜା ସୋମନାଥ ସିଂହଙ୍କର ପ୍ରତିମୂର୍ତ୍ତୀରେ ପୂଜା ଅର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏହା ପରେ ପରେ ପୌରପାଳିକା ସଭାଗୃହଠାରେ ଏକ ସ୍ମୃତିଚାରଣ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର ମହାରାଜା ରୁଦ୍ରନାରାୟଣ ସିଂହ ଜଗଦେ୍ଧବଙ୍କ ସଭାପତିତ୍ୱରେ ମଞ୍ଚରେ ଗୋବିନ୍ଦ ରାଜଗୁରୁ, ପାଲଲହଡ଼ା ବିଧାୟକ ତଥା ଜିଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ମହେଶ କୁମାର ସାହୁ, ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, କମିଟି ଉପସଭାପତି ପ୍ରାପ୍ତନ ଜିଲାପାଳ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସଭା ପରିଚାଳିତ ହୋଇଥିଲା । ମଞ୍ଚାସିନ ଅତିଥି ଅଧିକାରୀମାନେ ଦୀପ ପ୍ରଜ୍ୱଳନ କରି ଅନୁଗୋଳର ଅଧିଷ୍ଠାତ୍ରୀ ଦେବା ମା କଳାପାଟଙ୍କର ଫୋଟୋ ଚିତ୍ର ଓ ମହାରାଜ ସୋମନାଥ ସିଂହଙ୍କ ଫୋଟୋ ଚିତ୍ରରେ ପୂଜା ଅର୍ଚ୍ଚନା ଓ ପଣ୍ଡିତ ହଳଧର ରାଜଗୁରୁଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଗୀମାମୟୀ ମହାପାତ୍ର ଶ୍ରଦ୍ଧାଞ୍ଜଳି ଗୀତ ଗାନ କରିଥିଲେ । ମଞ୍ଚାସୀନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, କମିଟିର ଅଧିକାରୀ, ପ୍ରାକ୍ତନ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ କୁଇଜ ମାଷ୍ଟ୍ର ଚନ୍ଦ୍ର ବିଜୟ ମିଶ୍ର ନୟାଗଡ଼ ପ୍ରଭୃତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କୀର୍ତ୍ତିରାଜିର ପୁନରୁଦ୍ଧାର କରିବା ସହିତ ପୁରୁଣାଗଡ଼ ଓ କୃଷ୍ଣଚନ୍ଦ୍ରଗଡ଼କୁ ପର୍ଯ୍ୟଟନ ସ୍ଥାନରେ ନାମିତ କରି ତାର ଉତଥାନ କରିବାକୁ ଦୃଢ଼ ଦାବି ପ୍ରକାଶ କରାଯାଇଥିଲା ।