ନିର୍ବାଚନ ଫଳାଫଳ ବିଜେଡି ସମର୍ଥନରେ ଯିବ : ନବୀନ

Apr 1, 2019 - 18:29
 138
ଭୁବନେଶ୍ୱର,୧/୪(ସକାଳଖବର): ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାପାଇଁ ପ୍ରକାଶ ପାଇନଥିବା ଅବଶିଷ୍ଟ ଆସନ ପାଇଁ ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତ୍ରିପୁରା ଠାରେ ନିର୍ବାଚନୀ ଭାଷଣରେ ଓଡିଶାରେ ନିର୍ବାଚନ ଫଳାଫଳ ଦେଶବାସୀଙ୍କୁ ଚକିତ କରିବ ଏବଂ ତ୍ରିପୁରା ଭଳି ହେବ ବୋଲି ଯାହା କହିଛନ୍ତି ତାହା ତାଙ୍କର ଦିବାସ୍ୱପ୍ନ । ଓଡିଶାରେ ସେଭଳି କିଛି ହେବ ନାହିଁ । ଏ ନିର୍ବାଚନ ଫଳାଫଳ ବିଜେଡି ସମର୍ଥନରେ ଯିବ ଏବଂ ଆମେ ସରକାର କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଢେଙ୍କାନାଳ , କଟକ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ଏଥିପାଇଁ କସରତ ଚାଲିଛି । ଢେଙ୍କାନାଳର ପୂର୍ବତନ ବିଧାୟକ ସରୋଜ ସାମଲ ଏବଂ ସାଂସଦ ନଗେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦିଆଯିବା ଚର୍ଚ୍ଚା ହେଉଛି । କଟକରୁ ସାଂସଦ ଟିକେଟ୍ ଭର୍ତୃହରିଙ୍କୁ ପୁଣି ଥରେ ଦିଆଯିବ କି ନାହିଁ ସେନେଇ ଆଲୋଚନା ଚାଲିଛି । ସେହିପରି କେନ୍ଦୁଝର ଲୋକସଭା ଆସନରୁ ଶଙ୍କୁନ୍ତଳା ଲାଗୁରୀ କିମ୍ବା ନୁଆ ମୁହଁକୁ ସୁଯୋଗ ଦିଆଯିବ ସେନେଇ ମଧ୍ୟ ଆଲୋରଚନା କରାଯାଉଛି ।