ମୁଁ ପୂର୍ବରୁ ଇସ୍ତଫା ଦେଇ ସାରିଛି- ପିସିସି ସଭାପତି

Aug 13, 2019 - 06:14
 164
ଭୁବନେଶ୍ୱର, ୧୨/୮(ସକାଳଖବର): ମୁଁ ପୂର୍ବରୁ ଇସ୍ତଫା ଦେଇ ସାରିଛି । ଇତିମଧ୍ୟରେ ଏହି ଇସ୍ତଫାପତ୍ରକୁ ଗ୍ରହଣ କରିବା ପାଇଁ ତିନି ଥର ଯାଇ ଏଆଇସିସିର ନେତୃବୃନ୍ଦଙ୍କୁ ଭେଟିଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଆଇସିସିର ନବକଳେବର ହେବା ପରେ ଓଡ଼ିଶାରେ ସେଭଳି କିଛି ହେବାର ଅଛି କି ବୋଲି ପ୍ରଶ୍ନ ହେବାରୁ ତା’ର ଉତରରେ ଶ୍ରୀ ପଟ୍ଟନାୟକ ଉପରୋକ୍ତ ମନ୍ତବ୍ୟ ରଖିଥିଲେ । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ଯେଉଁ ଧାରା ବା ଢ଼ଙ୍କରେ ହେବା କଥା ତାହାକୁ ସଠିକ୍ ଭାବେ ପାଳନ କରାଯାଇନାହିଁ । ନିଜର ରାଜନୈତିକ ସ୍ଥିତିକୁ ବଜାୟ ରଖିବା ସହ ଗାନ୍ଧୀ ପରିବାରକୁ ବଦନାମ୍ କରିବା ପାଇଁ ବିଜେପି ପକ୍ଷରୁ ଅପଚେଷ୍ଟା ଚାଲିଛି ବୋଲି ସେ କହିଥିଲେ ।