ବିଜେପି ସରକାର ଆସିଲେ ଓଡିଶା ଏକ ନମ୍ବର ରାଜ୍ୟ ହେବ- ଶାହା

Apr 1, 2019 - 18:30
 154
ଭୁବନେଶ୍ୱର,୧/୪(ସକାଳଖବର): ସବୁ କାମରେ ପିସି ନଉଥିବା କ୍ଷମତାସୀନ ବିଜେଡି ସରକାର କେନ୍ଦ୍ରରୁ ମିଳୁଥିବା ଅନୁଦାନ ସହାୟତାକୁ ଖର୍ଚ୍ଚ ନକରି ଅଟକାଇ ରଖୁଛନ୍ତି । ଫଳରେ ଓଡିଶାର ବିକାଶରେ ବାଧକ ସୃଷ୍ଟି ହେଉଛି । ଓଡିଶାବାସୀ ଏମିତି ଜଣେ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯେ କି ସମସ୍ତଙ୍କ ସୁଖ ଦୁଃଖରେ ସାଥୀ ହେବା ସହ ସମସ୍ତଙ୍କ କଥା ବୁଝି ପାରିବ । ତେଣୁ ଉକ୍ତ ସରକାରକୁ ମୂଳରୁ ଉପାଡି ଫୋପାଡି ଦେବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହ ପ୍ରକାଶ କରିଛନ୍ତି । ସୋମବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସିଦ୍ଧବଡଙ୍ଗ ଠାରେ ଏବଂ ନବରଙ୍ଗପୁରରେ ଉମରକୋଟ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଶ୍ରୀ ଶାହା ଓଡିଶାବାସୀଙ୍କୁ ଏହି ଆହ୍ୱାନ ଦେଇଛନ୍ତିି ।ସେ ଆହୁରି କହିଥିଲେ ଯେ ଆଜି ଉକ୍ରଳ ଦିବସ ରେ ଓଡିଶା ଆସିଛନ୍ତି । ଏହା ତାଙ୍କର ସୌଭାଗ୍ୟ । ବିଜେପିକୁ କ୍ଷମତାକୁ ଆଣିଲେ ଓଡିଶା ରାଜ୍ୟର ବିକାଶ ଦୃତ ବିକାଶ ହୋଇପାରିବ । ଏଥିପାଇଁ ଡବଲ ଇଂଜିନ୍ ସରକାର ଦରକାର । ଆମକୁ କେବଳ ୫ ବର୍ଷ ଦେଲେ ଓଡିଶାକୁ ଦେଶରେ ନମ୍ବର ୧ ରାଜ୍ୟ କରିବୁ ବୋଲି ଶ୍ରୀ ଶାହ କହିଛନ୍ତି । ଓଡିଶାକୁ କିପରି ଗରିବୀ ଦୂର ସେଥିପାଇଁ ମୁଖ୍ୟମନ୍ତ୍ରୀ ଟ୍ୟୁସନ୍ ହୁଅନ୍ତୁ । ଆମେ ମାଗଣା ଟ୍ୟୁସନ୍ ଦେବୁ । ସେ ଆହୁରି କହିଛନ୍ତି ଯେ ଓଡିଶା ଲୋକଙ୍କୁ ଏବେବି ଶୁଦ୍ଧ ପାନୀୟ ଜଳ ମିଳୁନି , ଡାକ୍ତର ନାହାନ୍ତି , ଯୁବକଙ୍କୁ ରୋଜଗାର ମିଳୁନାହିଁ । ଯୁବକମାନେ ଗୁଜରାଟ ଯାଇ କାମ କରୁଛନ୍ତି । ବିଜେପି ସରକାର ଆସିଲେ ଓଡିଶାର ଯୁବକମାନଙ୍କୁ ବାହାରକୁ ଯିବାକୁ ପଡିବନାହିଁ । ଦୁଃଖ ଓ ପରିତାପର ବିଷୟ ଯେ ଭାଷା ଭିତିରେ ସ୍ୱତନ୍ତ୍ର ଓଡିଶା ଗଠନ ହୋଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନରେ ରହି ଓଡିଆ ଶିଖି ପାରିଲେ ନାହିଁ କି କହିପାରିଲେ ନାହିଁ । ଏଣିକି ଇଂରାଜୀ ଆଉ ଚଳିବ ନାହିଁ ବୋଲି ସମସ୍ତେ ସଂକଳ୍ପ ନେବା ଉଚିତ । ନବୀନ ବାବୁ ମଧ୍ୟ ଓ ପଶ୍ଚିମ ଓଡିଶାକୁ ସଉତୁଣୀ ଭଳି ବ୍ୟବହାର କରୁଛନ୍ତିି । ଜଗନ୍ନାଥଙ୍କ ସମ୍ପତି ଲୁଟ୍ କରିବାକୁ ମଧ୍ୟ ବିଜେଡି ସରକାର ପଛାଇନି । ବିଜେଡି ସରକାର ଓଡିଶାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଛଡା ଆଉ କିଛି କରି ନାହାନ୍ତି । ସେହିପରି କଂଗ୍ରେସ ଦଳକୁ ଟାର୍ଗେଟ୍ କରି ଶ୍ରୀ ଶାହ କହିଥିଲେ ଯେ ଆମକୁ ଯେ ଗୁଳି ମାରିବ ଆମେ ତାକୁ ଗୋଳା ମାରିବୁ । ମୋଦି ମୌନ ହୋଇ ବସି ରହିବେ ନାହିଁ । ହିନ୍ଦୁ ଧର୍ମକୁ ବଦନାମ କରିବା କଂଗ୍ରେସର ଏକକ କାର୍ଯ୍ୟକ୍ରମ ହୋଇଛି । ହିନ୍ଦୁ କେବେ ଆତଙ୍କବାଦୀ ହୁଏନାହିଁ । ହିନ୍ଦୁ ରାଷ୍ଟ୍ର ଗଠନ କରେ । ମୁଁ ଯୁଆଡେ ଯାଉଛି ମୋଦି ସରକାର ଦରକାର ବୋଲି ସମସ୍ତେ କହୁଛନ୍ତି । ଦେଶର ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବକି ବୋଲି ଶାହା ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ ।