ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଶେଷକୃତ୍ୟ ସଂପନ୍ନ

Oct 22, 2021 - 10:28
 96
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଶେଷକୃତ୍ୟ ସଂପନ୍ନ
ମାଥିଲି ୨୨/୧୦: ପଞ୍ଚଭୂତରେ ବୀଲିନ ହେଲେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଧାୟକ ଆଦିତ୍ୟ ମାଢୀ, ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଦଳୀୟ ନେତା, କର୍ମୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । କରୋନା ରେ ଶ୍ରୀ ଦୋରା ଙ୍କ ମୃତ୍ୟୁ ହୋଇଥିବାରୁ ପିପିଇ କିଟ ପିନ୍ଦି ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସ୍ୱର୍ଗତ ଦୋରାଙ୍କ ବିୟୋଗରେ ମାଥିଲି ବ୍ଳକ ର ବିଭିନ୍ନ ଅଂଚଳରେ ଦୋକାନବଜାର ବନ୍ଦ କରାଯାଇଥିଲା । ସ୍ୱର୍ଗତ ଦୋରା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲା ବେଳେ ଦୁଇଥର ଉପବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପାଙ୍ଗାମ ସ୍ଥିତ ବାସଗୃହ ଏକ ପ୍ରକାର ଲୋକାରଣ୍ୟ ହୋଇପଡିଥିଲା । ଏକ ଶୋଭାଯାତ୍ରାରେ ତାଙ୍କ ମୃତ ଦେହ କୁ ପାଙ୍ଗାମ ଶ୍ମସାନ କୁ ନିଆଯାଇଥିଲା । ଗତ ବୁଧବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ଏମସରେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ମୃତ୍ୟୁ ହୋଇଘଟିଥିଲା । ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳୀ ଦେବାପରେ ତାଙ୍କ ପାର୍ଥୀବ ଶରୀରକୁ ନିଜ ଗାଁ ପାଙ୍ଗାମକୁ ଅଣାଯାଇଥିଲା । ପାଙ୍ଗାମ ଠାରେ ଥିବା ଶ୍ରୀ ଦୋରାଙ୍କ ବାସଭବନରେ ଜିଲ୍ଲାର ମାନ୍ୟଗ