ନାବାଳିକାକୁ ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ

Aug 3, 2018 - 14:57
 152
ନାବାଳିକାକୁ ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ
ବାରିପଦା,୩/୭( ସକାଳଖବର): ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ତଥା ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ଅଭିଯୁକ୍ତ ଯୁବକ ମୟୁରଭଞ ଜିଲା କୁଳିଅଣା ଥାନା ଜୁଆଳିରମା ଗ୍ରାମର ପୂନ୍ନଚନ୍ଦ୍ର ନାୟକ ଙ୍କ ପୁଅ ଭାଗବତ ନାୟକ (୨୯) କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪ ପୋକ୍ସୋ ଆକ୍ଟ ଅନୁସାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ସେହିପରି ଧାରା ୪୫୨ ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ କାରାଦଣ୍ଡ ଏକକାଳୀନ ଲାଗୁ କରିବାପାଇଁ ରାୟରେ ଦର୍ଶାଇଛନ୍ତି ।