ହକି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

Jun 21, 2018 - 18:20
 173
ଭୁବନେଶ୍ୱର, ୨୧/୬(ସକାଳଖବର): ହକି ଖେଳକୁ ଜାତୀୟ ମାନ୍ୟତା ଦିଆଯାଇଥିବାର ସରକାରୀ ରେକଡର଼୍ରେ ଉଲ୍ଲେଖ ନାହିଁ । ଯେଉଁମାନେ ଏ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କ୍ୟାବିନେଟ ବୈଠକ ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ମାନ୍ୟତା ଦେବା ସମ୍ପର୍କରେ ଆଲୋଚନା କରିବେ ।