ନନ୍ଦପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

Dec 19, 2018 - 18:46
 174
ନନ୍ଦପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ
ଅନୁଗୋଳ,୧୯/୧୨(ସକାଳଖବର): ସରକାର ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରିବା ସହ ସେମାନଙ୍କର ଆବଶ୍ୟକ ଦାବୀ ସିଧାସଳଖ ପହଞ୍ଚାଇବା ନିମନ୍ତେ ଆୟୋଜିତ ପିଠା ଯୋଜନାକୁ ସଫଳ ରୁପାୟନ ଦେବା ପାଇଁ ଆଜି ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ପିଠା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଆଜି ନନ୍ଦପୁର ପଞ୍ଚାୟତଠାରେ ସରପଞ୍ଚ ଅନିତାରାଣୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ସମ୍ମାନିତ ଅତିଥିଭାବେ ସମିତସଭ୍ୟା ନଳିନୀ ଦେହୁରୀ ,ଗ୍ରାମପଞ୍ଚାୟତ ଅଧିକାରୀ, ପିଇଓ ବିବତା ନାୟକ, ବିପିଓ ମଧୁସ୍ମିତା ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପଞ୍ଚାୟତର ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ସ୍ୱୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଦ୍ୟୁତ ଯୋଗାଣ, ବିଜୁ ପକ୍କାଘର, ରାସ୍ତାନିର୍ମାଣ, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଯୋଜନା କିଭଳି ସଫଳ ରୂପାୟନ ପାଇଁ ଅତିଥିମାନେ ଜନସାଧାରଣଙ୍କର ସହଯୋଗ କାମନା କରିବା ସହ ଆଗାମୀ ଦିନରେ କିଭଳି ସରକାରଙ୍କ ଯୋଜନା ଲୋକଙ୍କ ଜନହିତରେ ଲାଗିପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ୩୦ଜଣ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ସତ୍ୟସୁନ୍ଦର ଦାସ, ସ୍ୱାସ୍ଥ୍ୟକର୍ମୀ ସିଦ୍ଧାନ୍ତ ପ୍ରଧାନଙ୍କ ସମେତ ବହୁ ସରକାରୀ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତର ଜନସାଧାରଣ ଅଂଶଗ୍ରହଣ କରିଥିଲେ ।