ହାତୀ ମୃତ୍ୟୁ:ସେସୁକୁ ୪ କୋଟି ଟଙ୍କା ଜରିମାନା

Dec 20, 2018 - 18:05
 171
ହାତୀ ମୃତ୍ୟୁ:ସେସୁକୁ ୪ କୋଟି ଟଙ୍କା ଜରିମାନା
ଭୁବନେଶ୍ୱର,୨୦/୧୨(ସକାଳଖବର): ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣାନେଇ ନ୍ୟାସନାଲ ଗ୍ରିନ ଟ୍ରିବୁନାଲ (ଏନଜିଟି) ଗଭୀର ଉଦବେଗ ପ୍ରକାଶ କରିବା ସହ ଏଥିପାଇଁ ୪ କୋଟି ଟଙ୍କାର ଜୋରିମାନା ଦେବାକୁ ସେସୁକୁ ନିଦେ୍ର୍ଧଶ ଦେଇଛନ୍ତି । ଜୋରିମାନା ଟଙ୍କା ଓଡ଼ିଶା ବନ ବିଭାଗ ନିକଟରେ ଦାଖଲ କରିବାକୁ ସେସୁ କର୍ତୃପକ୍ଷଙ୍କୁ ଏନଜିଟି ନିଦେ୍ର୍ଧଶ ଦେଇଛନ୍ତି । ଏହି ଟଙ୍କା ହାତୀଙ୍କ ସୁରକ୍ଷା ପାଇଁ ବିନିଯୋଗ କରିବାକୁ ଟ୍ରିବୁନାଲ ବନବିଭାଗକୁ କହିଛନ୍ତି । ସେହିପରି ହାତୀଙ୍କ ସୁରକ୍ଷା ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ନେଇ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଏନଜିଟି କହିଛନ୍ତି । ଏହି ଅ ।କ୍ସନ ପ୍ଲାନ କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗକୁ ପ୍ରତି ୩ ମାସରେ ଥରେ ଅବଗତ କରିବାକୁ ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ବନ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ମାସରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କମଳାଙ୍ଗ ଅଂଚଳରେ ବିଦ୍ୟୁତ୍ ତାର ସମ୍ପର୍ଶରେ ଆସି ଏକ କାଳୀନ ୭ ଟି ହାତୀଙ୍କର ମୃତ୍ୟୁ ଘଟିଥିଲା । ପୂର୍ବରୁ ଏହି ଘଟଣାରେ ଏନଜିଟି ସେସୁ ଉପରେ ୧ କୋଟି ଟଙ୍କାର ଜୋରିମାନା ଆଦାୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।