ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Nov 1, 2018 - 17:15
 183
ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ବାରିପଦା,୧/୧୧ (ସକାଳଖବର): ସମଗ୍ର ଦେଶରେ ଦୁର୍ନୀତି ଏକ ସଂକ୍ରାମକ ରୋଗ ଭାବେ ଗ୍ରାସ କରିବାକୁ ବସିଛି । ତେଣୁ ଦେଶବାସୀଙ୍କୁ ଏହା କବଳରୁ ରକ୍ଷା କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗ ଆଗେଇ ଆସିଛି । ଜନସାଧାରଣଙ୍କୁ ସଚେତନ କରାଇବା ଉଦେ୍ଧଶ୍ୟରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ନିଦେ୍ର୍ଧଶ କ୍ରମେ ସମଗ୍ର ଭାରତରେ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ରହିଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଉଦ୍ୟୋଗଗୁଡ଼ିକରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନେଇ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିପରି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ଦୁର୍ନୀତି ନିବାରଣ ସମ୍ପର୍କୀତ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।