ଜିଲ୍ଳାପାଳଙ୍କୁ ଗୁହାରି କଲେ ସାହି ବାସିନ୍ଦା

Sep 18, 2018 - 19:54
 183
ଅନୁଗୋଳÿ , ୧୮/୯ (ସକାଳଖବର): ନିଶା ଶିଳ୍ପାଞ୍ଚଳ ଥାନା ଭୂବନପୁର ମୁଣ୍ଡାସାହିରେ ରହୁଥିବା ୩୨ ଆଦିବାସୀ ପରିବାରକୁ ଗ୍ରାମ ଛାଡ଼ି ଚାଲିଯିବାକୁ ଭୂବନପୁରର କେତେଜଣ ଲୋକ ଧମକ ଦେଉଥିବା ନେଇ ବସ୍ତିବାସିନ୍ଦା ସୋମବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଦର୍ଶାଇଛନ୍ତି, ଡେ଼ରେଜାଙ୍ଗ ଡ଼୍ୟାମ ନିର୍ମାଣ ସମୟରୁ କାମ ଅନ୍ୱେଷଣରେ ଆସି ଭୂବନପୁର ମୁଣ୍ଡାସାହି ଠାରେ ବସବାସ କରୁଚନ୍ତି । ୩୫ ବର୍ଷ ଧରି ସେମାନେ ବିଭିନ୍ନ ସ୍ଥାନରେ ମୂଲ ମଜୂରୀ କରି ପରିବାର ପୋଷଣ କରୁଛନ୍ତି । ସେମାନଙ୍କ ପାଇଁ ରାସ୍ତା, ଆଲୋକ ଓ ପିଇବା ପାଣିର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ତଥାପି ଭାଗ୍ୟକୁ ଆଦରି ପଡ଼ିରହିଥିବା ବେଳେ ସେମାନଙ୍କୁ ଗ୍ରାମରୁ ବାହାରି ଯିବାକୁ ଧମକ ମିଳୁଛି । ଅଭିଯୋଗ ପାଇ ଜିଲ୍ଲାପାଳ ଛେଣ୍ଡିପଦା ତହସିଲଦାରଙ୍କୁ ଭେଟି ଆଲୋଚନା କରିବା ପାଇଁ ସାହିବାସିନ୍ଦାଙ୍କୁ ପରାମର୍ଶ ଦେଇଥିଲେ ।