କଂଚାମାଲ ସମସ୍ୟାକୁ ନେଇ ମୂଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

Jul 27, 2018 - 18:06
 190
କଂଚାମାଲ ସମସ୍ୟାକୁ ନେଇ ମୂଖ୍ୟ ଶାସନ ସଚିବଙ୍କୁ  ଭେଟିଲେ ନବୀନ ଜିନ୍ଦଲ
ଭୁବନେଶ୍ୱର,୨୭/୭ (ସକାଳଖବର):ଲୁହାପଥରର ମୂଲ୍ୟ ଓ ପରିବହନ ଦରର କ୍ରମାଗତ ବୃଦ୍ଧିକୁ ନିୟବଣ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ କମୁଥିବା ବେଳେ, ଓଡିଶାରେ ଏହା ବଢି ଚାଲିଛି । ଏହା ସହିତ କଂଚାମାଲ ପରିବହନକାରୀମାନେ ସେମାନଙ୍କ ଦର ବିଭିନ୍ନ ସମୟରେ ବୃଦ୍ଧି କରିଚାଲିଛନ୍ତି । ଏହା ରାଜ୍ୟରୁ ଇସ୍ପାତ ଶିଳ୍ପକୁ ଗଭୀର ଭାବରେ ପ୍ରଭାବିତ କରୁଛି ବୋଲି ଶ୍ରୀ ଜିନ୍ଦଲ ରାଜ୍ୟ ମୂଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିବା ପରେ ସାଙ୍କାଦିକ ମାନଙ୍କୁ ସଚିବାଳୟରେ କହିଥଲେ । ରାଜ୍ୟରେ ଇସ୍ପାତ ଶିଳ୍ପ ନିମନ୍ତେ କୋଇଲାର ଘୋର ଅଭାବ ରହିଛି । ମହାନଦୀ କୋଲ ଫିଲ୍ଡ ଦ୍ୱାରା କରାଯାଉଥିବା ଇ-ଅକ୍ସନ ପ୍ରକ୍ରିୟାରେ ପ୍ରିମିୟମ ୧୦୦ ପ୍ରତିଶତ ହୋଇଯାଉଛି । ଓଡିଶାରେ ଅମେ ବିଶ୍ୱର ସବୁଠାରୁ ମହଙ୍ଗା କୋଇଲା ଇ-ଅକ୍ସନ ପ୍ରକ୍ରିୟାରେ କିଣୁଛୁ ବୋଲି ଶ୍ରୀ ଜିନ୍ଦଲ କହିଥିଲେ । ଅଧିକ ଉପôାଦନ ନିମନ୍ତେ ଏମସିଏଲ ଓ କୋଲ ଇଣ୍ଡିଆକୁ ସେ ଅନୁରୋଧ କରିଥିଲେ । କଂଚାମାଲରେ କ୍ରମାଗତ ବୃଦ୍ଧି ଯୋଗୁ ଇସ୍ପାତ ଉପôାଦନ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । କଂଚାମାଲ ମୂଲ୍ୟ ବୃଦ୍ଧି ପାଉଥିବା ବେଳେ, ଇସ୍ପାତ ଉପôାଦ ମୂଲ୍ୟ ହ୍ରାସ ପାଇଛି । ତେଣୁ ଇସ୍ପାତ ଶିଳ୍ପ ସମସ୍ୟ ଘେରରେ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ ଇସ୍ପାତ ମୂଲ୍ୟ ଟନ୍ ପିଛା ଟ. ୪୧୦୦୦ ରୁ ଟ.୩୯୦୦୦ ହୋଇଛି, କିନ୍ତୁ ଏହି ସମୟ ମଧ୍ୟରେ ଲୁହା ପଥର ଖଣ୍ଡର ମୂଲ୍ୟ ଟନ୍ ପିଛା ଟ.୪୭୨୫ ରୁ ଟ. ୫୨୨୫କୁ ବୃଦ୍ଧି ପାଇଛି । ଇସ୍ପାତ ଶିଳ୍ପକୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଲୁହାପଥର ଯୋଗାଇଦେବା ନିମନ୍ତେ ପଦକ୍ଷେପ ନେବାକୁ ଏବଂ କଂଚାମାଲ ପରିବହନ ନିମନ୍ତେ ଆଦେଶନାମାକୁ ତୃଣମୂଳ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀ ଜିନ୍ଦଲ ଅନୁରୋଧ କରିଥିଲେ । ଏହା ଇସ୍ପାତ ଶିଳ୍ପକୁ ସହାଯ୍ୟ କରିବା ସହିତ, ରାଜ୍ୟ ଅର୍ଥନୀତିକୁ ମଧ୍ୟ ସହାୟକ ହେବ । ଜେଏସପିଏଲ ଓଡିଶାର କେନ୍ଦୁଝର ଜିଲ୍ଲାର ବଡବିଲ୍ ଠାରେ ବାର୍ଷିକ ୯ ନିୟୁତ ଟନ କ୍ଷମତା ବିଶିଷ୍ଟ ଦେଶର ସର୍ବବୃହତ ପେଲେଟାଇଜେସନ କମ୍ପ୍ଲେକ୍ସ ଓ ଅନୁଗୁଳଠାରେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ରାଜ୍ୟର ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ କରି ରାଜ୍ୟରେ ୩୫୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରିଛି । ଆଜି ଶ୍ରୀ ଜିନ୍ଦଲ ଇସ୍ପାତ ଓ ଖଣି ପ୍ରମୂଖ ସଚିବ ଶ୍ରୀ ଆର. କେ. ଶର୍ମା ଓ ଶିଳ୍ପ ପ୍ରମୂଖ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରାଙକୁ ମଧ୍ୟ ଭେଟିଥିଲେ ।