ପି.ସି. ରିସାଇକିଲ୍ ଫ୍ୟାକ୍ଟି୍ର ପାଲଟିଛି ପୂର୍ତ୍ତ ବିଭାଗ – କଂଗ୍ରେସ

Nov 14, 2018 - 18:06
 179
ପି.ସି. ରିସାଇକିଲ୍ ଫ୍ୟାକ୍ଟି୍ର ପାଲଟିଛି ପୂର୍ତ୍ତ ବିଭାଗ – କଂଗ୍ରେସ
ଭୁବନେଶ୍ୱର,୧୪/୧୧(ସକାଳଖବର): ପୂର୍ତ ବିଭାଗରେ ଉପରୁ ତଳ ପର୍ଯ୍ୟନ୍ତ ଆଡହକ୍ ଫର୍ମୁଲାରେ ଚାଲିଛି । ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା କନକ୍ଲେଭରେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିର ଗୋଲାପୀ ଚିତ୍ର ଦେଖାଉଥିଲା ବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଥିବା ବେଳେ ଦୁର୍ନୀତି ଅଭିଯୋଗ ଥିବା ଯନ୍ତ୍ରୀ ଓ ଅଧିକାରୀଙ୍କୁ ଅବସର ପରେ ପୁର୍ନବାର ଥଇଥାନ କରାଯାଉଛି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବ୍ୟାପକ ପିସି କାରବାର ଚାଲିଛି ବୋଲି ସଫେଇ ଦେଇଥିଲେ । ପିସି ତ ବନ୍ଦ ହୋଇନି ବରଂ ସରକାରଙ୍କ ପାଇଁ ପିସି ଜରିଆରେ ନିର୍ବାଚନ ପାଣ୍ଠି ଯୋଗାଡ କରୁଥିବା କିଛି ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ ପୂର୍ତ ବିଭାଗରେ ପୁନର୍ବାର ଥଇଥାନ କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ସତ୍ୟପ୍ରକାଶ ନାୟକ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ ସିଏଜିଙ୍କଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ପର୍ଯ୍ୟନ୍ତ ପୂର୍ତବିଭାଗରେ ବ୍ୟାପକ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବା ପରେ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କର ପି୍ରୟ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଅବସର ପରେ ପୁଣି ବର୍ଷିକିଆ ଥଇଥାନ କରିବାର ଉଦେ୍ଧଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ୧୯୮୪ ମସିହାରେ ଶ୍ରୀ ନଳିନୀ ପ୍ରଧାନ ସହାୟକ ଯନ୍ତ୍ରୀ ଥିବା ସମୟରେ ସବୁର୍ଣ୍ଣପୁର ବି୍ରଜ୍ ଭୁଷୁଡି ଥିଲା । ଶ୍ରୀ ପ୍ରଧାନ ତା ୩.୮.୨୦୧୩ ରିଖରେ ଇଆଇସି/ସେକ୍ରେଟାରୀ ଭାବରେ ଦାୟିତ୍ୱ ଗ୍ରହଣ କଲାପରେ ଓଡିଶାରେ ସର୍ବାଧିକ ବି୍ରଜ୍ ଭୁଷୁଡିବା ପୂର୍ତ ବିଭାଗ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ପ୍ରଥମେ ତା ୧୮.୬.୨୦୧୩ ରିଖରେ ବାଙ୍କୀର ଜଟମୁଣ୍ଡିଆ ବି୍ରଜ୍ ଭୁଷୁଡିଲା । ପୁଣି ସେହି ବି୍ରଜ୍ ତା ୨୯.୮.୨୦୧୪ ରେ ଭୁଷୁଡିବା, ପୁରୀର ନେତାପୁର ବି୍ରଜ୍ ଭୁଷୁଡିବା, କଟକ କାଠଯୋଡି ବି୍ରଜ୍ରେ ୩୫ କୋଟି ଟଙ୍କାର ର୍ଦୁନୀତି ହୋଇଥିବାର ଅଭିଯୋଗ, ବମିଖାଲ ଓଭରବିଜ୍, ଜଟଣୀ ଓଭରବି୍ରଜ୍, ଗୁରୁପ୍ରିୟା ସେତୁ ଭୁଷୁଡିବା ଓ ଗୁରୁପି୍ରୟା ସେତୁରେ ୭୪ କୋଟିର ଘୋଟାଲାକୁ ସିଏଜି ଧରିଥିଲେ ମଧ୍ୟ ସରକାର ଏ ସମସ୍ତ ତଥ୍ୟକୁ ଆଖି ବୁଜିଦେଇଛନ୍ତି । ତା ୨୧.୮.୨୦୧୮ ରେ ସରକାର ପୁର୍ନବାର ୩୩ ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଓଏସ୍ଡି ଆକାରରେ ପୁନଃ ନିଯୁକ୍ତି ଦେଇଛନ୍ତି । ଏଥିରୁ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା କିଭଳି ତାହା ସ୍ପଷ୍ଟ ବୋଲି ଶ୍ରୀ ନାୟକ କହିଛନ୍ତି । ଅନୁରୂପ ଭାବେ ପୂର୍ତ ବିଭାଗରେ ଚିଫ୍ ଇଞ୍ଜିନିୟର ଶ୍ରୀ ଓମ୍ ପ୍ରକାଶ ପଟେଲଙ୍କ ନାମରେ ଓଡିଶା ବି୍ରଜ୍ କନଷ୍ଟ୍ରକ୍ସନ କର୍ପୋରେଶନ ସମ୍ବଲପୁର ଡିଭିଜନରେ ଆସିଷ୍ଟାଣ୍ଡ ଇଂଜିନିୟର ଥିବା ସମୟରେ ବ୍ୟାପକ ଅନିୟମିତତାକୁ ସରକାର ଆଖି ବୁଜି ଦେଇ ତାଙ୍କୁ ଅବସର ପରେ ପୁନଃ ଥଇଥାନ କରିଛନ୍ତି । ଏହି ଅବସରପ୍ରାପ୍ତ ଯନ୍ତ୍ରୀମାନେ ସେମାନଙ୍କର ଅବସରକାଳୀନ ସମସ୍ତ ଭତା ସରକାରଙ୍କ ଠାରୁ ନେଇ ସାରିବା ପରେ ପୁନଃ ଥଇଥାନ କରିବା ଦ୍ୱାରା ସେମାନେ ସରକାରଙ୍କ ପାଖରେ ଆଉ ଉତରଦାୟୀ ହୋଇ ରହିପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।