ଥଇଥାନ ଦାବିରେ ରେଳ ଧାରଣାରେ ବସିଲେ ଗ୍ରାମବାସୀ

Sep 23, 2018 - 18:35
 208
ଅନୁଗୋଳ , ୨୩/୯ (ସକାଳଖବର) ବଅଁରପାଳ ଥାନା ଅନ୍ତର୍ଗତ ଗାଢ଼ରଖାଇ ଗ୍ରାମବାସୀଙ୍କ ଥଇଥାନ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଗ୍ରାମବାସୀ ଦୁଇଦିନ ହେଲା ନାଲକୋ ସ୍ମେଲଟରକୁ ଯାଇଥିବା ରେଳଧାରଣାରେ ଧାରଣ ଦେଇଛନ୍ତି । ଫଳରେ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ରେଳ ଚଳାଚଳ ବନ୍ଦ ରହିଛି । ପ୍ରକାଶ ଯେ, ଗାଢ଼ରଖାଇ ଗ୍ରାମକୁ ଲାଗି ରହିଛି ସ୍ମେଲଟର ପ୍ଲାଣ୍ଟ ଏବଂ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଆଲୁମିନିୟମ୍ ପାର୍କ । ଏଥିଯୋଗୁଁ ପ୍ରଦୁଷଣରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି ଆସୁଛନ୍ତି । ସରକାରଙ୍କ ଥଇଥାନ ନିୟମ ଅନୁଯାୟୀ ଗାଢ଼ରଖାଇ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଆସୁଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ବାରମ୍ବାର ପ୍ରତିଶୃତି ଦେଇ ଏହାକୁ ପୂରଣ କରୁନଥିବାରୁ ଗ୍ରାମବାସୀ ଗତ ଦୁଇଦିନ ହେଲା ନାଲକୋ ସ୍ମେଲଟରକୁ ଯାଇଥିବା ରେଳଧାରଣରେ ଧାରଣା ଦେଇଛନ୍ତି ।