୨୭ରୁ କୁଷ୍ଠ ଚିହ୍ନଟ ଅଭିଯାନ

Sep 23, 2018 - 18:36
 181
ଅନୁଗୋଳ , ୨୩/୯ (ସକାଳଖବର) ଆସନ୍ତା ୨୭ ତାରିଖରେ ଅନୁଗୋଳ ଜିଲାରେ ଆରମ୍ଭ ହେବାକୁ ଯାଉଛି କୁଷ୍ଠ ରୋଗ ଚିହ୍ନଟ ଅଭିଯାନ । ୭ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନକୁ ଦୃଷ୍ଟିରେ ରଖି ଜିଲା ଚିକିସôା ଅଧିକାରୀ ଡ଼. ଶିବ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଜିଲାସ୍ତରୀୟ କର୍ମଶାଳା ମେଡ଼ିକାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ପରିଦର୍ଶନ କରି ସଚେତନତା ସୃଷ୍ଟି କରିବା ସହ ରୋଗ ଚିହ୍ନଟ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୦ ସୁଦ୍ଧା ଜିଲାରେ କୁଷ୍ଠ ରୋଗ ନିରାକରଣ କରାଯିବା ଉପରେ ଜିଲା କୁଷ୍ଠ ରୋଗ ନିରାକରଣ ଅଧିକାରୀ ଡ଼. ତ୍ରିଲୋଚନ ପ୍ରଧାନ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତି, ଅଧିକ କୁଷ୍ଠ ରୋଗ ପ୍ରବଣ ଅଞ୍ଚଳ ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏହି ଅବସରରେ ଆଲୋଚନା ହୋଇଥିଲା । ଜିଲା କୁଷ୍ଠ ରୋଗ ପରାମଦର୍ଶଦାତା ଡ଼. ନିରୋଦ ଶତପଥୀ ପାୱାର ପଏଣ୍ଟ ମାଧ୍ୟମରେ କୁଷ୍ଠ ରୋଗର ଲକ୍ଷଣ, ରୋଗୀ ଚିହ୍ନଟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଚେତନତା ପାଇଁ ଶାମ୍ବରଥ ବୁଲି ପ୍ରଚାର ପ୍ରସାର କରିବାକୁ ସ୍ଥିର କରାଯାଇଛି । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୁଷ୍ଠ ରୋଗ ନୋଡ଼ାଲ ପରିଦର୍ଶକମାନେ ଏଥିରେ ଯୋଗଦେଇଥିଲେ । ଶେଷରେ ଜିଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞ୍ଜନ ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।