କିଟ୍ ବିଶ୍ୱ ବିଦ୍ୟାଳୟର ସମାବର୍ତନ ସମାରୋହ

Nov 13, 2019 - 06:36
 112
ଭୁବନେଶ୍ୱର, ୯/୧୧(ସକାଳଖବର): ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏହାର ପଂଚଦଶ ବାର୍ଷିକ ସମାବର୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ବାଚସ୍ପତି ଓମ୍. ବିର୍ଲା କହିଲେ ଯେ, ସମାବର୍ତନ ଉତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଘଟଣା । କିଟ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉତମ ଓ ଗୁଣାତ୍ମକ ଶିକ୍ଷା ଦିଆଯାଇଥିବାରୁ ସେମାନେ ଉପାଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରେ ସେମାନଙ୍କର ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀଙ୍କର ଯେତିକି ଯୋଗଦାନ ରହିଛି, ସେମାନେ ପଢ଼ୁଥିବା ଶିକ୍ଷାନୁଷ୍ଠାନର ମଧ୍ୟ ସେତିକି ଅବଦାନ ରହିଛି । ସେ ଆହୁରି କହିଥିଲେ ଯେ ଜ୍ଞାନ ପ୍ରାପ୍ତି ପାଇଁ ଲାଳସା ଏକ ତପସ୍ୟା ହେବା ଉଚିତ । ନୂତନ ଓ ରଚନାତ୍ମକ ଚିନ୍ତନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ୱଳ ହୋଇପାରିବ । ବର୍ତମାନ ଯୁଗ ହେଉଛି ଇନଫରମେସନ ଟେକନୋଲାଜି ଓ ଡିଜିଟାଲ ଟେକନୋଲୋଜିର ଯୁଗ । ଟେକନୋଲୋଜି ହେଉଛି ସମୃଦ୍ଧିର ଚାବିକାଠି । ଆଜିର ଯୁବପିଢ଼ି ଏହି ଟେକ୍ନୋଲୋଜିକୁ ବହୁଳ ଭାବେ ବ୍ୟବହାର କଲେ ଭାରତ ପୃଥିବୀର ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ କିଟ୍ ଭଳି ଏକ ଶିକ୍ଷାୁଷ୍ଠାନ ଗଢ଼ିଥିବାରୁ ସେ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚୁ୍ୟତ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତମାନ ସମୟ ବଦଳିଛି । ଆଜିକାଲି ବିଶ୍ୱ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ବିଷୟରେ ଶିକ୍ଷାଦାନ ଦିଆଯାଉଛି । କିଟ୍ ଏ ଦିଗରେ ପଛରେ ପଡ଼ିନାହିଁ । ଏଠାରେ ପ୍ରଯୁକ୍ତି, ଭେଷଜ, ନର୍ସିଂ, କଳା, ବିଜ୍ଞାନ, ଆଇନ, ମ୍ୟାନେଜମେଂଟ ଆଦି ଅନେକ ବିଷୟରେ ଉଚ୍ଚକୋଟୀର ଶିକ୍ଷାଦାନ ମିଳୁଛି । ଜଗତିକରଣ ଶିକ୍ଷାର ଦ୍ୱାରକୁ ଖୋଲିଦେଇଛି । କିଟ୍ ବିଶ୍ୱ ବିଦ୍ୟାଳୟର ଉତରୋତର ଉନ୍ନତି କାମନା କରିବା ସହିତ ସେ ଉପାଧିଧାରୀ ଛାତ୍ରଛାତ୍ରୀମାନଙ୍କୁ ଡ. ପାତ୍ର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରାଯାଇଥିଲା କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚୁ୍ୟତ ସାମନ୍ତ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ଡ. ହୃଷିକେଶ ମହାନ୍ତି, ପ୍ରୋ-ଚ୍ୟାନସେଲର ପଦ୍ମଶ୍ରୀ ପ୍ରଫେସର ଡ. ସୁବ୍ରତ କୁମାର ଆଚାର୍ଯ୍ୟ, ପ୍ରୋ-ଭାଇସ୍ ଚ୍ୟାନସେଲର ପ୍ରଫେସର ସସ୍ମିତା ସାମନ୍ତ, ରେଜିଷ୍ଟାର ପ୍ରଫେସର ଡ. ଜ୍ଞାନରଂଜନ ମହାନ୍ତିଙ୍କ ସମେତ କିଟ୍ ବିଶ୍ୱ ବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଶିକ୍ଷା ଓ ବୈଷୟିକ ଅନୁଷ୍ଠାନର ପ୍ରଫେସର, ଅଧ୍ୟକ୍ଷ ଅଧ୍ୟକ୍ଷା, ଅଧ୍ୟାପକା ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।