ଉମାମଣି ହୋମ କ୍ରିଏସନ ମାମଲାରେ ସରକାର ନେଲେ ମହଲତ

Aug 9, 2018 - 19:27
 177
ଉମାମଣି ହୋମ କ୍ରିଏସନ ମାମଲାରେ ସରକାର ନେଲେ ମହଲତ
କଟକ,୯ା୮(ସକାଳକବର): ଉମାମଣି ହୋମ କ୍ରିଏସନ ପ୍ରାଇଭେଟ ଲିମିଟେଡ ସଂପତ୍ତି ବାଜ୍ୟାପ୍ତ ମାମଲାକୁ ଚାଲେଞ୍ଜ ଓ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଦ୍ଧ କରିବା ନେଇ ହାଇକୋର୍ଟରେ ପୃଥକ ଭାବେ ଦାୟର ମାମଲାରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ସରକାର ଜବାବ ରଖିବା ପାଇଁ ମହଲତ ଲୋଡିଥିଲେ । ତେବେ ଏହି ଦୁଇଟି ମାମଲାରେ ଆସନ୍ତା ୨ସପ୍ତାହ ପରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଶୁଣାଣି ଶେଷ କରି ଉମାମଣି ହୋମ କ୍ରିଏସନ ସଂପତ୍ତି ବାଜ୍ୟାପ୍ତ କରି ଏହାକୁ ନିଲାମ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ଉକ୍ତ ସଂସ୍ଥା ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା । ସେହିପରି ଏହି ସଂସ୍ଥାର ମୁଖ୍ୟ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଅପରାଧିକ ମାମଲା ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ଚାଲିଥିବାବେଳେ ଏହାକୁ ରଦ୍ଧ କରିବା ପାଇଁ ନାରାୟଣ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଦୁଇଟି ମାମଲାରେ ହାଇକୋର୍ଟ ପୂର୍ବରୁ ଶୁଣାଣି କରି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।