‘ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’

Sep 7, 2021 - 06:12
 122
‘ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’
କାବୁଲ: ଆଫଗାନିସ୍ତାନରେ ଗଠନ ହେବ ତାଲିବନ ସରକାର। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। କେବଳ ଘୋଷଣା ହେବା ବାକି ରହିଛି ବୋଲି ତାଲିବାନ ମୁଖପାତ୍ର ଅହମ୍ମଦଦୁଲା ମୁତାକି କହିଛନ୍ତି। ସୋମବାର ତାଲିବାନ ପଞ୍ଜଶିର ଘାଟିକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ଦାବି କରିଥିଲା। ଏହାପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ନେଇ ଖବର ମିଳିଥିଲା। ତେବେ ଆଜି ସରକାର ଗଠନ ନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ମୁତାକି ଟୁଇଟ୍‌ କରି କହିଛନ୍ତି। ସେ ଲେଖିଛନ୍ତି ଯେ, ‘ଇସଲାମ ସରକାର ଘୋଷଣା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଗବାନଙ୍କ ଇଚ୍ଛାରେ ଖୁବ ଶୀଘ୍ର ସରକାର ଘୋଷଣା କରାଯିବ। ଆଫଗାନିସ୍ତାନ ଇତିହାସର ଗତ ୪୦ବର୍ଷ ମଧ୍ୟରେ ଏହା ଏକମାତ୍ର ସରକାର ହେବ ଯାହା ସମଗ୍ର ଆଫଗାନିସ୍ତାନ ଉପରେ ଶାସନ କରିବ। ତେବେ ସରକାର ଘୋଷଣା କରିବାର କୌଣସି ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆସିନଥିଲେ ବି ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।’