ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

Oct 16, 2021 - 05:35
 82
ପୁରୀ: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି। ମହାପ୍ରଭୁ ଆଜିଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳଧୂପ ନୀତି ହୋଇଥାଏ। ଏହି ନୀତିରେ ସକାଳ ଧୂପ ପରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳି, କାକୁଡି ଓ ପଇଡ ଆଦି ଲାଗି ହୋଇଥାଏ।