ଝଲସୁଛି ଆଲୁମିନିୟମ ନଗରୀ
ଅନୁଗୋଳÿ , ୧୭/୯ (ସକାଳଖବର): ନାଲକୋ ନଗରରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା । ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ଆଲୋକମାଳାରେ ଝଲସି ଉଠିଛି ଆଲୁମିନିୟମ ନଗରୀ । ଆକର୍ଷଣୀୟ ତୋରଣ ସାଙ୍ଗକୁ ମନଲୋଭା ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ୭ ଦିନ ଧରି ଏହି ପୂଜା ଚାଲିବାକୁ ଥିବାବେଳେ ଚଳିତ ବର୍ଷ ପଟ୍ଲାଇନ, କାଷ୍ଟ ହାଉସ ଏ, କାଷ୍ଟ ହାଉସ ବି, ରୋଲିଂ ପ୍ଲାଣ୍ଟ, ରୋଡ଼ିଂ ସପ, ପିଟିଏମ ସପ, ସିଭିଲି ସିପିପି ଅପରେସନ, ନାଲକୋ ଠିକାଦାର ସଂଘ ସମେତ ବିଭିନ୍ନ ବିଭାଗ ପକ୍ଷରୁ ୨୩ଟି ମେଢ଼ ପ୍ରସ୍ତୁତ ହୋଇଛି । ପ୍ରତିଯୋଗିତାମୂଳକ ଭାବେ ସମସ୍ତ କମିଟି ପକ୍ଷରୁ ତୋରଣ ନିର୍ମିତ ହୋଇଛି । ସ୍ଥାନୀୟ ଓ ବଙ୍ଗୀୟ କାରିଗରମାନଙ୍କ ଦ୍ୱାରା ବିଭିନ୍ନ ପୌରାଣିକ ଓ ସାମଜିକ କଥା ବସ୍ତୁକୁ ନେଇ ମଣ୍ଡପମାନ ତିଆରି ହୋଇଛି । ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ଜଳାଶୟରୁ କଳସରେ ପାଣି ଆଣି ଘଟ ସ୍ଥାପନ କରିବେ । ଅପରାହ୍ନ ୧ଟା ମଧ୍ୟରେ ପ୍ରଭୂଙ୍କୁ ଆବାହନ କରାଯିବ । ପୂଜା ପାଇଁ ପୂରୁଣା ପୋଲିସ ପଡ଼ିଆରେ ମିନା ବଜାର, ଦୋଳି ସାଙ୍ଗକୁ ୬ ଶହରୁ ଉଦ୍ଧ୍ୱର୍ ଦୋକାନ ବଜାର ପଡ଼ିଛି । ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗରମାନେ ମେଳାରେ ଜିନିଷ ପତ୍ର ବିକ୍ରି କରୁଛନ୍ତି । ଯାତ୍ରାରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନ ଗହଳି ସ୍ଥାନରେ ୫ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇଛି । ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ ସିସି କ୍ୟାମରୋ ଖଞ୍ଜା ଯାଇଛି । ଏଥିସହ ୭ ପ୍ଲାଣ୍ଟନ ଫୋର୍ସ, ୪ ଇନ୍ସପେକ୍ଟର, ୧୫ ସବ୍ଇନ୍ସପେକ୍ଟର, ୯୨ ହୋମଗାଡର଼୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଟ୍ରାଫିକ ବ୍ୟବସ୍ଥା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ନାଲକୋ ଉଡ଼ି ରାଜ କିଶୋର ମିଶ୍ର କୁହନ୍ତି, ବିଶ୍ୱକର୍ମା ପୂଜାକୁ ନାଲକୋବାସୀ ଗଣ ପର୍ବ ଭାବେ ପାଳନ କରନ୍ତି । ଏହି ପୂଜା ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ । ପୂଜାକୁ ଲୋକେ କିଭଳି ଶାନ୍ତି ଶୃଙ୍ଖଳା ସହକାରେ ଉପଭୋଗ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ନାଲକୋ ମାନବ ସମ୍ବଳ ମହାପ୍ରବନ୍ଧକ ଏସ୍.ଏନ୍.ସାହୁ କୁହନ୍ତି, ଚଳିତ ବର୍ଷ ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ଆକର୍ଷଣୀୟ କରାଯାଇଛି । ନାଲକୋ କର୍ମଚାରୀ ମୁନା ସାମଲ ଓ ଠିକାଦାର ସଂଘ ସମ୍ପାଦକ ରଞ୍ଜିତ ସେଠ କୁହନ୍ତି, ନାଲକୋ ବିଶ୍ୱକର୍ମା ପୂଜାର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପୂଜାକୁ ଧୁମଧାମ୍ରେ ପାଳନ କରିଥାଉ । କଲୋନୀ ସମେତ ପାରିପାଶ୍ୱିର୍କ ଅଞ୍ଚଳରେ ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଥାଏ ।