୭ମ ଅନୁଗୋଳ ଜିଲ୍ଲା ମହୋସôବ ଉଦ୍ଘାଟିତ

Jan 14, 2019 - 17:05
 167
୭ମ ଅନୁଗୋଳ ଜିଲ୍ଲା ମହୋସôବ ଉଦ୍ଘାଟିତ
ଅନୁଗୋଳ,୧୪/୧(ସକାଳଖବର): ଅନୁଗୋଳ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ଷ୍ଟାଡ଼ିୟମଠାରେ ଆଜି ସନ୍ଧ୍ୟାରେ ୭ମ ଅନୁଗୋଳ ଜିଲ୍ଲା ମହୋସôବ ଉଦ୍ଘାଟିତ ହୋଇଯାଇଛି । ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅନୀଲ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଓ ଲୋକ ସଂପର୍କ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ କହିଲେ ଯେ, ସାରା ରାଜ୍ୟରେ ଅନୁଗୋଳ ଜିଲାର ସ୍ଥାନ ସ୍ୱତନ୍ତ୍ର । ଏମାଟିର କଳା, ସଂସ୍କୃତି ଭାଷା, ସାହିତ୍ୟ ଓ ଐତିହ୍ୟ ପରମ୍ପରା ଅତୁଳନୀୟ । ଏମାଟିରେ ଶେଷ ସ୍ୱାଧୀନ ରାଜା ସୋମନାଥ ସିଂହ ଜଗଦେ୍ଧବ, ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ, କବି ରାଧାମୋହନ ଗଡ଼ନାୟକ, ସ୍ୱାଧୀନ ଚିନ୍ତା ଚେତନାର ପ୍ରତୀକ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ଭଳି ପ୍ରତିଭାକୁ ନେଇ ଅନୁଗୋଳ ମାଟି ଗର୍ବ କରେ । ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ଖଣି, ପରିବେଶ, ପାନୀୟଜଳ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜିଲାର ସାମଗ୍ରୀକ ବିକାଶ ଘଟିଛି । ଆଉ ଆଗକୁ ଆହୁରୀ ବିକାଶ ହେବାକୁ ଅଛି । ଏହା କେବଳ ସ୍ଥିର ସରକାର ଯୋଗୁଁ ହୋଇ ପାରିଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶାସନ କାଳରେ ଏହି ଜିଲା ଜନ୍ମ ହୋଇଥିବା ବେଳେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଜିଲା ବିକାଶ ଦିଗରେ ଅଗ୍ରଗତି କରିଛି । ଆଉ ଅନୁଗୋଳ ମାଟି ଆଜି ପଛୁଆ ନୁହେଁ । ବିକାଶ ଦିଗରେ ୧ ନମ୍ବର ହେବାରେ ଲାଗିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଅଭିଭାଷଣରେ ପରିପ୍ରକାଶ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣରେ କହିଲେ ଯେ, ଜିଲାର ସଂସ୍କୃତି ଐତିହ୍ୟ ଓ ସଭ୍ୟତାକୁ କିମ୍ବଦନ୍ତୀ କରି ରକ୍ଷା କରିବାର ଆବଶ୍ୟକତା ରହିଛି । ଯଦ୍ୱାରା ଭବିଷ୍ୟତ ପିଢ଼ି ଏହାକୁ ସ୍ମରଣ କରି ରଖିବେ । ଆଉ ଜିଲାରରେ ବିକାଶ କ୍ଷେତ୍ରରେ ଆଜି ମହିଳା ସଶକ୍ତୀକରଣର ବାସ୍ଥବ ଚିତ୍ର ପଲ୍ଲୀଶ୍ରୀ ମେଳାରୁ ଉପଲବ୍ଧô ମିଳୁଛି । ସ୍ୱର୍ଗତ ବିଜୁ ବାବୁ ମହିଳା ସଶକ୍ତିକରଣ ପାଇଁ ଯେଉଁ ଉଦ୍ୟମ କରିଥିଲେ ଆଜି ସାକାର ହୋଇଛି । ଯଦ୍ୱାରା ଅନୁଗୋଳ ଜିଲାରେ ଆଜି ଛଅ ହଜାର ନଅ ଶହ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇପାରିଛି । ଏବଂ ମହିଳାମାନେ ଅର୍ଥନୈତିକ ଉପôାଦନ କ୍ଷେତ୍ରାରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ପରିପ୍ରକାଶ କରିଥିଲେ । ସେହିଭଳି ଏହି ଉଦ୍ଘାଟନୀ ସମାରୋହରେ ଜିଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ମହେଶ ସାହୁ ବିଧାୟକ ବ୍ରଜକିଶୋର ପ୍ରଧାନ, ରଜନୀକାନ୍ତ ସିଂହ, ସୁଶାନ୍ତ ବେହେରା, ଜିଲାପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ ପ୍ରମୁଖ ଯୋଗଦାନ କରି ଜିଲାର ପରିପାଶ୍ୱିର୍କ ଉନ୍ନତି ତଥା କଳା ସଂସ୍କୃତି ଓ ପରମ୍ପରା ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଗୋଳ ମାଟିର ପାଞ୍ଚଜଣ ବରପୁତ୍ରଙ୍କୁ ଅନୁଗୋଳ ଗୌରବରେ ସମ୍ମାନୀତ କରାଯାଇଥିଲା ।