କୁସୁମକହରୀ ଗାଁ ବିଲ ପାଖରେ ବାଘୁଣୀ ଗାଁ ଲୋକେ ଆତଙ୍କିତ

Sep 17, 2018 - 17:10
 225
କୁସୁମକହରୀ ଗାଁ ବିଲ ପାଖରେ ବାଘୁଣୀ ଗାଁ ଲୋକେ ଆତଙ୍କିତ
ଅନୁଗୋଳ/ÿଆଠମଲ୍ଲିକ, ୧୭/୯ (ସକାଳଖବର): ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଗତ ୧୨ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ସାତକୋଶିଆ ଅଞ୍ଚଳରେ ଉତେଜନା ଲାଗିରହିଛି । ଏହି ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଯାଇଛି । ବନ ବିଭାଗ କିନ୍ତୁ ବାଘୁଣୀର ଗତିବିଧିକୁ ଲକ୍ଷ୍ୟ କରୁଥିବା କହୁଥିବାବେଳେ ବାସ୍ତବରେ ତାହାର ତାଳ ମେଳ ରହୁନାହିଁ । ତେବେ ବାଘୁଣୀର ଗତିବିଧି ଓ ଘଟଣା ସଂପର୍କରେ ତଦାରଖ କରିବା ପାଇଁ ବିଶେଷଜ୍ଞ ଦଳ ମଧ୍ୟ ଆସି ପହଞ୍ଚô ଯାଇଛନ୍ତି । ହେଲେ ବାଘୁଣୀ ସଠିକ ତଥ୍ୟ ମିଳିପାରିନଥିବା ବେଳେ ଆଜି ସକାଳ ୮ ଘଟିକା ବେଳେ ଆଠମଲ୍ଳିକ ବନଖଣ୍ଡ ଅଧିନ ଆଠମଲ୍ଳିକ ରେଞ୍ଜ ହାତୀଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ କୁସୁମକୁହୁରି ଗାଁର ବିଲ ମାଳରେ ବାଘୁଣୀ ସୁନ୍ଦରୀ ବିରାଜମାନ କରିଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଗାଁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ କୁସୁମକୁହୁରି ଗାଁର ଜୟନ୍ତୀ ବିଶ୍ୱାଳ ସମେତ ତାଙ୍କ ଯାଆ ଓ ପଡେ଼ାଶୀମାନେ ବିଲକୁ କାମ କରିବାକୁ ଯାଇଥିଲେ । ତେବେ ପାଖାପାଖି ୮ ଘଟିକା ସମୟରେ ବିଲପାଖରେ ଏକ ବୁଦା ମୂଳରେ ସଣ ସଣ ଶବ୍ଦ ଶୁଣିବାକୁ ପାଇଥିଲେ ଜୟନ୍ତୀ । ଏବଂ ସେ ଯେତେବେଳେ ପଛକୁ ଚାହିଁ ଦିଅନ୍ତି ବାଘୁଣୀକୁ ଦେଖି ଛାନିଆ ହୋଇଥିଲେ । ଏବଂ ତାଙ୍କ ପାକରେ ବିଲ ବାଛୁଥିବା ସାନ ଯାଆକୁ ବାଘ ବାଘ ବୋଲି କହିଥିଲେ । ଏତିକି କହି ସେ ବିଲ ମଝିକୁ ପଳେଇଲେ ତାପରେ ବିଲରେ ଗଡ଼ି ଗଡ଼ି ଗାଁର ଆଉ ତିନି ଜଣ ମହିଳା କାମ କରୁଥିବାବେଳେ ତାଙ୍କ ପାଖକୁ ଯାଇ ବାଘ ବାଘ ବୋଲି କହିଥିଲେ । ସମସ୍ତେ ଛାନିଆ ହୋଇ ଗାଁକୁ ପଳାଇ ଆସିଥିଲେ । ହେଲେ ଜୟନ୍ତୀଙ୍କ ସାନ ଯାଆ ଘରକୁ ଫେରି ନଥିଲେ । ଗାଁ ଲୋକଙ୍କୁ ବାଘ ସଂପର୍କରେ କହିବା ପରେ ଲୋକମାନେ ଯାଇ ଖୋଜାଖୋଜି କରିବା ପରେ ବିଲରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ସାନ ଯାଆ । ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ଗାଁକୁ ଆଣିଥିଲେ । ଏବଂ ବାଘ ଦେଖିଥିବା ଜୟନ୍ତୀ ବିଶ୍ୱାଳ କହନ୍ତି, ଯେ ବାଘ ବେକରେ ଗୋଟିଏ କଳା ଫିତା ଲାଗିଛି । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବାଘୁଣୀ ସୁନ୍ଦରୀ ଲୁହାସିଂହା ହାତୀଧରା ସଂରକ୍ଷିତ ଜଙ୍ଗଲରେ ବୁଲୁଛି । ତେବେ ବାଘୁଣୀ ଗାଁ ବିଲରେ ବୁଲୁଥିବା ଖବର ପାଇବା ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।