କଟକ-ଜଗତସିଂହପୁର ମଧ୍ୟରେ ସରକାରୀ ବସ୍ ଚଳାଚଳ ନେଇ ମାମଲା ରୁଜୁ

Jun 7, 2018 - 14:52
 250
କଟକ, ୭ା୬(ସକାଳଖବର): କଟକ-ଜଗତସିଂହପୁର ମଧ୍ୟରେ ସରକାରୀ ବସ୍ ଚଳାଚଳ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କଟକରୁ ଜଗତସିଂହପୁର ମଧ୍ୟରେ କୌଣସି ସରକାରୀ ବସ୍ ଚାଲୁ ନାହିଁ । ଫଳରେ ଉଭୟ କଟକ ଓ ଜଗତସିଂହପୁର ଜିଲ୍ଲା ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସରକାରୀ ବସ୍ ଚଳାଚଳ କରୁ ନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଶୋଷଣର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ତୁରନ୍ତ କଟକ-ଜଗତସିଂହପୁର ମଧ୍ୟରେ ସରକାରୀ ବସ୍ ଚଳାଚଳ ପାଇଁ ନିଦେ୍ର୍ଧଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଥି ସହିତ ଜଗତସିଂହପୁରରେ ସରକାରୀ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଆବେଦନରେ ଆଇନ ବିଭାଗ ସଚିବ, ପରିବହନ ବିଭାଗ ଆୟୁକ୍ତ, ଜଗତସିଂହପୁର ଆରଟିଓ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଏହି ମାମଲା ରୁଜୁ କରିଛନ୍ତି ।