ଜୋରିମାନା ଖିଲାପକାରୀ ୪ ଖଣି ଲିଜଧାରୀ ଜିଲ୍ଲାପାଳଙ୍କ କୋର୍ଟରେ ହାଜର

Aug 18, 2018 - 20:10
 166
ଜୋରିମାନା ଖିଲାପକାରୀ ୪ ଖଣି ଲିଜଧାରୀ ଜିଲ୍ଲାପାଳଙ୍କ କୋର୍ଟରେ ହାଜର
କେନ୍ଦୁଝର,୧୮/୮( ସକାଳଖବର): କେନ୍ଦୁଝର ଜିଲ୍ଲାର ୩୧ଟି ଖଣି ଲିଜଧାରୀ ମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଜୋରିମାନା ଅର୍ଥ ପୈଠ କରି ନଥିବା ୨୩ ଲିଜଧାରୀ ମାନଙ୍କର ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଥିବାବେଳେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଶନିବାର ଦିନ ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ସାର୍ଟିଫିକେଟ କେସ୍ ରେ ଜବାବ ରଖିବାକୁ ୪ ଜଣ ଖଣି ଲିଜଧାରୀଙ୍କ ପ୍ରତିନିଧିମାନେ ହାଜର ହୋଇ ସେମାନଙ୍କର ପକ୍ଷ ରଖିଥିେଲେ ଏବଂ ସମୟ ମାଗିଥିଲେ । ସେମାନେ ମଧ୍ୟରେ ରହିଛନ୍ତି, ଏସ୍.ପ୍ରଧାନ, ବି.ସି ଦେବ, ଓ.ଏମ୍.ଡି.ସି ଠାକୁରାଣୀ ଏବଂ ଏମ୍.ଆର. ଦାସ୍ । ସମ୍ପୃକ୍ତ ୪ ଜଣ ଲିଜଧାରୀଙ୍କ ମଧ୍ୟରୁ ଓଏମଡିସି ଠାକୁରାଣୀ ଓ ଏମ୍.ଆର.ଦାସଙ୍କୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ହାଜର ହେବାକୁ କୋର୍ଟଙ୍କ ପକ୍ଷରୁ ସମୟ ଦିଆଯାଇଛି । ତେବେ ଶନିବାର ୬ ଜଣ ଲିଜଧାରୀ ହାଜର ହେବାର ଥିଲେ ମଧ୍ୟ ନୋଟିସ ପାଇ ନଥିବାରୁ ଟି.ବି.ଲାଲ ଓ ଅର୍ଜୁନ ଲୋଧା କିମ୍ବା ସେମାନଙ୍କର ପ୍ରତିନିଧି ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପୁନର୍ବାର ନୋଟିସ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ ।