ବେସରକାରୀ ବ୍ୟକ୍ତିଙ୍କୁ ବାସଗୃହ, ଅପେକ୍ଷାରେ ୪୬୬୦ ସରକାରୀ କର୍ମଚାରୀ

Sep 10, 2018 - 19:30
 197
ବେସରକାରୀ ବ୍ୟକ୍ତିଙ୍କୁ ବାସଗୃହ, ଅପେକ୍ଷାରେ ୪୬୬୦ ସରକାରୀ କର୍ମଚାରୀ
ଭୁବନେଶ୍ୱର,୧୦,୯ (ସକାଳଖବର): ସରକାରୀ କ୍ୱାର୍ଟର ପାଇବା ପାଇଁ ଚାରି ହଜାର ଛଅ ଶହ ଷାଠିଏ ସରକାରୀ କର୍ମଚାରୀ ଅପେକ୍ଷାରେ ଅଛନ୍ତି । ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭୁବନେଶ୍ୱରରେ ୧୬୧ଟି ସରକାରୀ କ୍ୱାର୍ଟର ଖାଲି ପଡ଼ିଛି । ଏହା ବ୍ୟତୀତ ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ୨୨୯୦୦.୦୦୭ ଏକର ଜମି ରୁ ୧୪୦୬.୧୭୧ ଏକର ଜମି କେନ୍ଦ୍ର ସରକାରଙ୍କର ବିଭିନ୍ନ ସଂସ୍ଥାକୁ ଦିଆଯାଇଛି । ଏଥିମଧ୍ୟରୁ ବିଏମସି ମୌଜା ଭିତରେ ଥିବା ଗାଢ଼କଣସ୍ଥିତ ସୈନିକସ୍କୁଲକୁ ସର୍ବାଧିକ ୪୦୦ ଏକରଜମି ଦିଆଯାଇଥିଲା ବେଳେ ସାଉଥ ଇଷ୍ଟର୍ଣ୍ଣ ରେଲୱେକୁ ୩୨୨ ଏକର ଜମି ଦିଆଯାଇଛି । ନୟାପଲ୍ଲୀରେ ସିଆରପିଏଫକୁ ୧୮୦ ଏକର, ଇନଫାଟାରୀ ବାଟାଲିୟନକୁ ୬୦ ଏକର, ସାମନ୍ତପୁରରେ ଇନିଷ୍ଟିଚୁ୍ୟଟ ଅଫ୍ ଫିଜିକସକୁ ୫୬.୧୩୦ ଏକର, ଭୌମ ନଗର ଏବଂ କେଶରୀ ନଗରରେ ଏ.ଜି ଅଫିସକୁ ୭୫.୩୭୫ ଏକର, ସାମନ୍ତପୁରୀ ଏବଂ ଜୟଦେବ ବିହାରରେ ରିଜୁ୍ୟନାଲ ରିସର୍ଚ୍ଚ ଲାବୋରେଟୋରୀକୁ ୧୪୪.୭୫ ଏକର ଜମି ଦିଆଯାଇଛି । ୨୨ ନମ୍ବର ୟୁନିଟ୍ ସ୍ଥିତ ଭିମପୁରଠାରେ ପୋଷ୍ଟ ଗାଡର଼୍ ହାଙ୍ଗର ପାଇଁ ପ୍ରତିରକ୍ଷା କୁ ସର୍ବନିମ୍ନ ୨ ଏକର ଜମି ଦିଆଯାଇଛି । ପୋଖରୀପୁଟରେ ସିପିଡବ୍ଲୁଡ଼ିକୁ ୨.୬୭୪ ଏକର ଜମି ଦିଆଯାଇଛି ।