କାର୍ତ୍ତିକ ପରେ ବି କମୁନି ଦର, ରାଜଧାନୀରେ ସେଞ୍ଚୁରୀ ମାରିଲା ଟମାଟୋ

Nov 25, 2021 - 07:38
 94
କାର୍ତ୍ତିକ ପରେ ବି କମୁନି ଦର, ରାଜଧାନୀରେ ସେଞ୍ଚୁରୀ ମାରିଲା ଟମାଟୋ
ଭୁବନେଶ୍ୱର ୨୫/୧୧: କମିବାର ନ ଧରୁନି ପରିବା ଦର । କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର ଆକାଶ ଛୁଆଁ ହୋଇଛି । ଟମାଟୋ କଥା ତ ନକହିବା ଭଲ । କିଛି ଦିନ ତଳେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ଏବେ ସେଞ୍ଚୁରି ମାରିଛି । ଖୁଚୁରା ଦୋକାନରେ ଟମାଟୋ ୧୦୦ ଟଙ୍କାରେ ପହଂଚିଛି । ବିନ୍ସ ୬୦, ନାଲି ବାଇଗଣ ୪୦, ଧଳା ଗୋଲ ବାଇଗଣ ୬୦, ଫୁଲ କୋବି ୧୦୦ରେ ୨ଟା ଥିବା ବେଳେ, କଲରା ୬୦, କଲିକତି ଚାଲାଣ ପୋଟଳ ୫୦ ଥିବା ବେଳେ ଦେଶୀ ପୋଟଳ ଦର ୮୦ ଟଙ୍କା ଛୁଇଁଛି । ବିଶେଷକରି ଦକ୍ଷିଣ ଭାରତର ବାଙ୍ଗାଲୋର, ଆନ୍ଧ୍ରରେ ବର୍ଷ ଯୋଗୁ ପରିବା ଉତ୍ପାଦନ ଉପରେ ପ୍ରଭାବ ପକାଇଛି । ଚାହିଦା ଅନୁଯାଇ ଓଡିଶାରେ ପରିବା ଉତ୍ପାଦନ ହେଉନି । ଯାହା ଫଳରେ ଓଡିଶାରେ ପରିବା ଦର ଖସିବାର ନେଉନି ।