ସହରରେ ରାସନ କାଡର଼୍ ଓ ଅନ୍ତ୍ୟୋଦୟ କାଡର଼୍ ଦୁର୍ନୀତି ପ୍ରତିବାଦରେ ଜିଲ୍ଳାପାଳଙ୍କୁ ସ୍ମାରକପତ୍ର
କଟକ,୨୦ା୪: କଟକ ସହରରେ ରାସନ କାଡର଼୍ ଓ ଅନ୍ତ୍ୟୋଦୟ କାଡର଼୍ ଦୁର୍ନୀତି ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଗୋଟିଏ ପଟେ ସହରରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚôତ ହେଉଥିବା ଭଳି ଘଟଣା ଆଖିଆଗକୁ ଆସିଛି । ଅତୀତରେ ପୂର୍ବତନ ମେୟର ମଧ୍ୟ ଏହି ରାସନକାଡର଼୍ ଦୁର୍ନୀତିରେ ଛନ୍ଦି ହୋଇ ପଦବୀ ହରାଇବାକୁ ପଡ଼ିଥିବାବେଳେ ଏହି ବ୍ୟବସ୍ଥାରେ ଏବେବି ସୁଧାର ଆସିନଥିବା କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ କଟକ ନଗର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ୱାଡର଼୍ର ସାହିବସ୍ତିରେ ବସବାସ କରୁଥିବା ଅନେକ ଗରିବ, ଅସହାୟ, ଦୁସ୍ତ, ଭିନ୍ନକ୍ଷମ, ବିଧବା, ବୟସାଧିକ୍ୟ ବେରୋଜଗାରୀ ଏବେ ବି ପେଟପୁରା ଖାଇବାକୁ ପାଉନଥିବା ଅଭିଯୋଗ ହୋଇଛି । ଏହି ବର୍ଗର ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଏପର୍ଯ୍ରନ୍ତ ରାସନ କାଡର଼୍ କିମ୍ବା ଅନ୍ତ୍ୟୋଦୟ କାଡର଼୍ ପାଇ ପାରିନାହାନ୍ତି । ତେଣୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇ ଜବତ କରାଯାଇଥିବା କାଡର଼୍ ଗୁଡ଼ିକୁ ଆବେଦନ କରିଥିବା ପ୍ରକୃତ ହିତାଧିକାରୀଙ୍କୁ ଏହି କାଡର଼୍ ବଣ୍ଟନ କରାଯିବାକୁ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ମହମ୍ମଦ ମୋକିମ ଦାବି କରିଛନ୍ତି । ଅତୀତରେ ଅନ୍ତ୍ୟୋଦୟ ଚୟନ ପ୍ରକି୍ରୟା ଅନ୍ୟନ୍ତ ଚଞ୍ଚକତା ପୂର୍ଣ୍ଣ ହୋଇଥିବାରୁ ସହରରେ ବହୁ ଯୋଗ୍ୟ ହିତାଧିକାରୀ ଏ ଯୋଜନାରୁ ବଞ୍ଚôତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ କର୍ପୋରେଟର ଗିରିବାଳା ବେହେରା, ଅରୁଣ କୁମାର ସେଠୀ, ସେକ ସମିମ ଉଳ୍ଲା, ଚାରୁଲତା ସାହୁ, ଅନିତା ନାୟକ, ତଅପୋଇ ସେଠୀ, ବୈଶାଳୀ ବେହେରା, ନମିତାମଞ୍ଜରୀ ସାହୁ, ଗୌରୀ ଦାସ ପ୍ରମୁଖ ଯୋଗଦେଇଥିଲେ ।