ଜେଲରେ ରହୁଥିବା କଏଦୀଙ୍କ ଅପମୃତୁ୍ୟ ପ୍ରସଙ୍ଗ

Jun 26, 2018 - 17:58
 218
ଜେଲରେ ରହୁଥିବା କଏଦୀଙ୍କ ଅପମୃତୁ୍ୟ ପ୍ରସଙ୍ଗ
କଟକ,୨୬ା୬(ସକାଳଖବର): ଜେଲରେ ରହୁଥିବା ଅନ୍ତେବାସୀଙ୍କ ଅପମୃତୁ୍ୟ ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । କଏଦୀଙ୍କ ଅପମୃତୁ୍ୟ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ ହାଇକୋର୍ଟ ପକ୍ଷରୁ ଆଇନଜୀବୀ ଶ୍ୱାଶତ ଆଚାର୍ଯ୍ୟଙ୍କୁ ଏହି ମାମଲାରେ ଆମିକସକୁ୍ୟରି ଭାବେ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଚରଣ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଦେଶର ବିଭିନ୍ନ ରାଜ୍ୟର ଜେଲରେ ରହୁଥିବା କଏଦୀମାନଙ୍କ ଅପମୃତୁ୍ୟ ଘଟୁଥିବା ନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ଦେଶର ବିଭିନ୍ନ ହାଇକୋର୍ଟକୁ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ ୮ଟି ଦିଗକୁ ନେଇ ରାଜ୍ୟମାନଙ୍କରେ କଣ ସବୁ କାର୍ଯ୍ୟକାରୀ ହୋଇଛି ସେ ନେଇ ଶୁଣାଣି କରିବା ପାଇଁ ଆଦେଶ ଦେଇଥିଲେ । ଏହି ପ୍ରରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ରେଜିଷ୍ଟ୍ରାର ଜୁଡିସିଆଲ ଏକ ମାମଲା ରୁଜୁ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ ।