ଲକ୍ଷ୍ମୀଧର ଦେହୁରୀ ହତ୍ୟାକାଣ୍ଡରେ ୧୦ ବର୍ଷ ଜେଲ

May 31, 2018 - 06:14
 181
କଟକ,୩୦ ।୫(ସକାଳଖବର): ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ସବରପଲ୍ଲୀ ଗାଁରେ ଘଟିଥିବା ବହୁ ଚର୍ଚ୍ଚିତ ଲକ୍ଷ୍ମୀଧର ଦେହୁରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗଗନ ବିହାରୀ ନାୟକ(୩୫)କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । କଟକ ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ର ମାମଲାର ଶୁଣାଣି କରି ଟାଙ୍ଗୀ ଥାନା ଅନ୍ତର୍ଗତ ଗୋକୁଳପୁରର ସ୍ୱର୍ଗତ କ୍ଷେତ୍ରବାସୀ ନାୟକଙ୍କ ପୁଅ ଗଗନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜରିମାନା ନ ଦେଲେ ଗଗନକୁ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକୁ୍ୟଟର କ୍ଷେତ୍ରମୋହନ ବେହେରା ମାମଲା ପରି·ଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ଏପ୍ରିଲ ୧୫ରେ ଗୋବିନ୍ଦପୁର ସବରପଲ୍ଲୀର ଲକ୍ଷ୍ମୀଧରଙ୍କ ଉପରକୁ ଗଗନ ଗୁଳି ଚଳାଇଥିଲା । ଏହାପରେ ଗୁରୁତର ଲକ୍ଷ୍ମୀଧରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦୧୬, ମେ ୧୩ରେ ଲକ୍ଷ୍ମୀଧରଙ୍କ ମୃତୁ୍ୟ ହୋଇଥିଲା । ମୃତ ଲକ୍ଷ୍ମୀଧରଙ୍କ ପତ୍ନୀ ଉମା ଦେହୁରୀ ଏ ନେଇ ଟାଙ୍ଗୀ ଥାନାରେ ୨୦୧୬, ମେ ୧୭ରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା । ୨୦୧୬, ମେ ୨୯ରେ ପୁଲିସ ଗଗନକୁ ଗରିଫ କରି କୋର୍ଟ ·ଲାଣ କରିଥିଲା ।