ଜେଡିୟୁ ସାଧାରଣ ସଂପାଦକ କେସି ତ୍ୟାଗୀଙ୍କ ପୁଅ ବିଜେପିରେ ସାମିଲ୍

Dec 5, 2021 - 11:17
 72
ଜେଡିୟୁ ସାଧାରଣ ସଂପାଦକ କେସି ତ୍ୟାଗୀଙ୍କ ପୁଅ ବିଜେପିରେ ସାମିଲ୍
ଲକ୍ଷ୍ନୌ ୦୫।୧୨: ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ଜାତୀୟ ସାଧାରଣ ସଂପାଦକ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ଓ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ପାର୍ଟି କାର୍ଯ୍ୟାଳୟରେ ଅମରିଶ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଅମରିଶ ତ୍ୟାଗୀ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ମ୍ୟାନେଜମେଣ୍ଟ ସମ୍ଭାଳି ସାରିଛନ୍ତି। ବିଜେପିରେ ଯୋଗ ଦେବା ପରେ ତ୍ୟାଗୀ କହିଛନ୍ତି, ତାଙ୍କ ପରିବାରରେ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି ଏବଂ ସେ ଯେ କୌଣସି ଦଳରେ ଯୋଗ ଦେଇ ପାରିବେ। ଅମରିଶ ତ୍ୟାଗୀ କହିଛନ୍ତି, ତାଙ୍କ ବାପା କେସି ତ୍ୟାଗୀ ଏନଡିଏ ସହଯୋଗୀ ଦଳର ନେତା। ବାପାଙ୍କ ସାମାଜିକ ବିଚାରଧାରା ଓ ବିଜେପିର ହିନ୍ଦୁତ୍ଵ ଉପରେ ସେ କହିଛନ୍ତି, ଗୋଟିଏ ପରିବାରରେ ଅଲଗା ଅଲଗା ବିଚାରଧାରା ରହିପାରେ। ବିଜେପିର କାମ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀଙ୍କ ନେତୃତ୍ଵ ମୋତେ ଦଳରେ ଯୋଗ ଦେବାକୁ ପ୍ରେରଣା ଦେଇଛି। ନିର୍ବାଚନ ପ୍ରବନ୍ଧକ ଅମରିଶ ତ୍ୟାଗୀଙ୍କ ମତରେ ବିଜେପି ନିର୍ବାଚନ ପ୍ରଚାରରେ ସବୁଠୁ ଆଗରେ ଏବଂ ତାଙ୍କ ଦଳ ପାଖାପାଖି କୌଣସି ବିରୋଧୀ ଦଳ ନାହାନ୍ତି। ନିର୍ବାଚନ ଲଢିବା ପ୍ରଶ୍ନରେ ସେ କହିଛନ୍ତି ପାର୍ଟି ମୋତେ ଯାହା ଦାୟିତ୍ଵ ଦେବ ତାହା ହିଁ କରିବି। ଅନ୍ୟ କୌଣସି ଅଲଗା ଆଶା ରଖିନଥିବା ଅମରିଶ କହିଛନ୍ତି।