ଏକକାଳୀନ ନିର୍ବାଚନକୁ ବିଜେଡି ସମର୍ଥନ ଦେବ

Aug 27, 2018 - 19:03
 184
ଏକକାଳୀନ ନିର୍ବାଚନକୁ ବିଜେଡି ସମର୍ଥନ ଦେବ
ଭୁବନେଶ୍ୱର, ୨୭/୮ (ସକାଳଖବର): ଦିଲ୍ଲୀ ଠାରେ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଓଡିଶାରୁ ବିଜେଡି ଦଳ ପରୁ ସାଂସଦ ପିନାକୀ ମିଶ୍ର ଯୋଗ ଦେଇଛନ୍ତି । ଖବର ସଂଗ୍ରହ ବେଳକୁ ସେ ଆଲୋଚନାରେ ଅଂଶଗ୍ରହଣ କରିନଥିଲେ ହେଁ ଯୋଗ ଦେବା ପୂର୍ବରୁ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଏକକାଳୀନ ନିର୍ବାଚନ ପାଇଁ କମିଶନ ଯଦି ନିଷ୍ପତି ନିଅନ୍ତି ବିଜେଡି ତାହାକୁ ସମର୍ଥନ ଦେବ । ଆଲୋଚନା ବେଳେ ମହିଳା ମାନଙ୍କ ପାଇଁ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ , ପେଡ୍ ନ୍ୟୁଜ୍ ଉପରେ କଟକଣା ଜାରୀ କରିବା ସମ୍ପର୍କରେ ଉତଥାପନ କରିବେଏବଂ ଏହାକୁ ଏକ ଅପରାଧ ଭାବେ ବିବେଚନା କରିବାକୁ ପ୍ରସ୍ତାବ ଦେବେ ବୋଲି ଶ୍ରୀ ମିଶ୍ର କହିଥିଲେ ।