୩୬ ବର୍ଷରେ ପାଦ ଥାପିଲେ ଗବ୍ବର

Dec 5, 2021 - 11:14
 76
୩୬ ବର୍ଷରେ ପାଦ ଥାପିଲେ ଗବ୍ବର
ନୂଆଦିଲ୍ଲୀ ୦୫/୧୨: ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଧୱନ କ୍ରିକେଟ୍ ଦୁନିଆରେ ‘ଗବ୍ବର’ ନାମରେ ମଧ୍ୟ ଜଣାଶୁଣା । ସେ ଏହି ଦିନ ଅର୍ଥାତ୍ ଡିସେମ୍ବର ୫, ୧୯୮୫ରେ ରାଜଧାନୀ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ଦଳ ଓପନିଂ କରୁଥିବା ଏହି ବାମହାତୀ ବ୍ୟାଟର ପିଚକୁ ଆସିଲେ ଜମିଥାଏ ଛକା ଚଉକାର ବର୍ଷା । ତେବେ ଏହି ଖେଳାଳି ଡାହାଣ ହାତରେ ବୋଲିଂ କରିଥାନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଖୁବ୍ କମ୍ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ୨୦୦୪ରେ ଧୱନ ଦିଲ୍ଲୀ ପାଇଁ ଡେବ୍ୟୁ କରିଥିଲେ । ଏହି ସମୟ ମଧ୍ୟରେ ସେ ଘରୋଇ କ୍ରିକେଟରେ ୧୨୨ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ହାରାହାରି ୪୪.୪ ରନ ହାରରେ ୨୦୨ ଇନିଂସ ଖେଳି ମୋଟ ୮୪୯୯ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ୨୫ ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧୱନଙ୍କୁ ପୁରସ୍କୃତ କରାଯାଇଥିଲା । ସେ ଅଷ୍ଟ୍ରେଲିଆ ବିପକ୍ଷ ODI କ୍ରିକେଟରେ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଥିଲେ । ଏହି ମ୍ୟାଚ୍‌ରେ ସେ ଭାରତୀୟ ଇନିଂସ ଖେଲିବାବେଳେ ବିଶେଷ କିଛି କାରନାମା କରିପାରିନଥିଲେ । ଖାତା ଖୋଲି ନପାରି କ୍ଲିଣ୍ଟ ମ୍ୟାକ୍ୟୁଙ୍କ ଶିକାର ହୋଇଥିଲେ । ଏଥି ସହିତ, ସେ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ଏବଂ ୨୦୧୩ ରେ ଟେଷ୍ଟ କ୍ୟାରିୟର ବିପକ୍ଷରେ ଟି -20 ପାଇଁ ଡେବ୍ୟୁ କରିଥିଲେ । ଭାରତୀୟ ଦଳ ପାଇଁ ୩୪ ଟି ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଶିଖର ଧୱନ ହାରାହାରି ୪୦.୬ରେ ୫୮ଟି ଇନିଂସରେ ୨୩୧୫ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ୭ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ୧୪୫ଟି ODI ଖେଳିବାବେଳେ ହାରାହାରି ୪୫.୫ରେ ୧୪୨ ଇନିଂସରେ ୬୧୦୫ ରନ୍ ସଂଗ୍ରହ କରିଛନ୍ତି । ODI ଫର୍ମାଟରେ ତାଙ୍କ ନାଁରେ ୧୭ଟି ଶତକ ଏବଂ ୩୩ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । କ୍ରିକେଟ୍ ର ଏହି ଦୁଇଟି ଫର୍ମାଟ୍ ବ୍ୟତୀତ ସେ ଭାରତୀୟ ଦଳ ପାଇଁ ୬୮ ଟି-20 ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ ହାରାହାରି ୨୭.୯ ରେ ୬୬ ଟି ଇନିଂସରେ ୧୭୫୯ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ କ୍ରିକେଟରେ ତାଙ୍କ ନାଁରେ ୧୧ ଟି ଅର୍ଦ୍ଧଶତକ ଅଛି । ସୂଚନା ଥାଉକି, ଧୱନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।