ଜିଲ୍ଳାସ୍ତରୀୟ ଟାସ୍କ ଫୋର୍ସ କମିଟୀ ବୈଠକ

Aug 8, 2018 - 17:45
 153
ଅନୁଗୋଳ,୮/୮ (ସକାଳଖବର): ଜିଲ୍ଲାରେ ଶିକ୍ଷିତ ଯୁବକ ଯୁକତୀମାନଙ୍କୁ ରୋଜଗାରକ୍ଷମ କରିବା ଉଦେ୍ଧଶ୍ୟରେ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ୨୦୧୮-୧୯ ବର୍ଷ ନିମନ୍ତେ ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ସୃଜନ ଯୋଜନାରେ ଦରଖାସ୍ତ କରିଥିବା ହିତାଧିକାରୀମାନଙ୍କର ଚୟନ କରାଯାଇଥିଲା । ଏଥିରେ ମୋଟ ୧୫୦ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି । ହିତାଧିକାରୀମାନେ ସେମାନଙ୍କର ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଶିଘ୍ର ଋଣ ପାଇବେ ସେଥିପାଇଁ ସଂପୃକ୍ତ ବ୍ୟାଙ୍କର କର୍ମକର୍ତ୍ତାମାନେ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଗଗନ ବିହାରୀ ନାୟକ ବୈଠକରେ ହିତାଧିକାରୀମାନଙ୍କର ଚୟନ ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଏଲ ଡ଼ି ଏମ୍ ଶ୍ରୀ ମହେଶ୍ୱର ଗୌଡ଼, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଶ୍ରୀ କ୍ଷିତିଶ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମହେଶ୍ୱର ସାହୁଙ୍କ ସମେତ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।